Latest Odisha News, Breaking News Today | Top Updates on Corona

ମଙ୍ଗଳବାର ରାଶିଫଳ ( ୨୩-୦୨- ୨୦୨୧ )

ମେଷ: ତୃତୀୟସ୍ଥ ଚନ୍ଦ୍ରଙ୍କ କାରଣରୁ ଆଶାଧିକ ଫଳ ପାଇବେ। ପ୍ରଶାସନିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍

ବୃଷ: ଦେହ ଓ ମନ ପ୍ରଫୁଲ୍ଲ ରହିବ। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। ଚାକିରିରେ କର୍ମ ତତ୍ପର ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବେ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ମିଥୁନ: ଦିନଟି ପ୍ରସନ୍ନତା ଭିତରେ କଟିବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ରାଜନୀତିରେ ଲୋକପ୍ରିୟ ହେବେ। ବାଣିଜ୍ୟ ଉତ୍ସାହ ଜନକ ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କର୍କଟ: କର୍ମ କ୍ଷେତ୍ରରେ ଅସ୍ଥିରତା କାରଣରୁ କାର୍ଯ୍ୟତ୍ରୁଟି କରିବେ। ବ୍ୟୟବହୁଳ ପାଇଁ ଅଭାବ ଦେଖାଦେବ। କଳା, ବିଜ୍ଞାନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳମିଳିବ। ଶୁଭ ଅଙ୍କ-୩ଶୁଭ ରଙ୍ଗ-ହଳଦିଆ

ସିଂହ: ଉଚ୍ଚଆଶା ସଫଳ ହେବ। ଦ୍ରବ୍ୟ ଲାଭଯୋଗ ରହିଛି। ଚାକିରିରେ ସ୍ଥାୟୀତ୍ବ ରହିବ। ବିଜ୍ଞାନ ଓ ବାଣିଜ୍ୟ ସନ୍ତୋଷ ଜନକ ଫଳମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

କନ୍ୟା: ଦିନଟି କାର୍ଯ୍ୟସିଦ୍ଧି ସହ ମାନସମ୍ମାନ ବୃଦ୍ଧି ପାଇବ। ଚାକିରିରେ ଧନସମ୍ମାନ ପ୍ରାପ୍ତିହେବ। ବାଣିଜ୍ୟରେ ଉନ୍ନତିକରିବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ଦେଖନ୍ତୁ ନଟିଆ କମେଡି

ତୁଳା: କର୍ମକ୍ଷେତ୍ରରେ ଆଶାଜନକ ଫଳପାଇବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ବିଛା: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତହେବେ। ସାଂସାରିକ ଅଶାନ୍ତି ରହିବ। ଚାକିରିରେ ଶତ୍ରୁ ବୃଦ୍ଧି ହେବେ। ଶିଳ୍ପ, ପରିବହନ ଓ ବାଣିଜ୍ୟ ନୈରାଶ୍ୟ ଜନକ ରହିବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ଧନୁ: ଆୟ ଉତ୍ତମ ହେବ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ପ୍ରଶାସନିକ ପଦମର୍ଯ୍ୟାଦା ବୃଦ୍ଧି ହେବ। ପରିବହନ ଓ ବାଣିଜ୍ୟରେ ନୂତନତା ଆସିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ମକର: ସମାଜରେ ପ୍ରତିଷ୍ଠିତ ହେବେ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

କୁମ୍ଭ: ନୂତନ ଯୋଜନା ଫଳ ପ୍ରଦହେବ। ସନ୍ତାନ ମାନଙ୍କୁ ନେଇ ଗୌରବାନ୍ବିତ ହେବେ। ଚାକିରିରେ ସମ୍ମାନ ପାଇବେ। ବାଣିଜ୍ୟରେ ସଫଳତା ମିଳିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

ମୀନ: କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ। ରାଜନୀତିରେ ଲୋକପ୍ରିୟତା ହ୍ରାସପାଇବ। ଶିଳ୍ପ ଓ ବାଣିଜ୍ୟରେ ବ୍ୟୟ ବହୁଳତା ରହିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

0Shares
0