ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬କୁ ବୃଦ୍ଧି, ମହାରାଷ୍ଟ୍ରରେ ସର୍ବାଧିକ ୬୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ। ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଏକ ସପ୍ତାହ ମଧ୍ୟରେ ଏହାର ସଂକ୍ରମଣ ବହୁଗୁଣିତ ହୋଇଛି । ବର୍ତ୍ତମାନ ୧୬ ଟି ରାଜ୍ୟ କରୋନା ର ଏହି ନୂତନ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି।  ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୨୩୬ ଜଣ ଲୋକ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। । ସେଥିମଧ୍ଯରୁ ୧୦୪ ଜଣ ସୁସ୍ଥ ହୋଇସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୬୫ ଜଣ  ଓମିକ୍ରନ ଆକ୍ରାନ୍ତ ରହିଛନ୍ତି।

ସେହପରି ଦିଲ୍ଲୀରେ- ୬୪, ତେଲେଙ୍ଗାନା- ୨୪, ରାଜସ୍ଥାନ -୨୧, କର୍ଣ୍ଣାଟକ -୧୯, କେରଳରେ -୧୫ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଗୁଜରାଟ- ୧୪, ଜମ୍ମୁ କାଶ୍ମୀର -୩, ଆନ୍ଧ୍ରପ୍ରଦେଶ- ୨, ଓଡ଼ିଶା- ୨, ଉତ୍ତର ପ୍ରଦେଶ- ୨, ଚଣ୍ଡିଗଡ, ଲଦାଖ, ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ବିଦେଶ ଫେରନ୍ତା ବୋଲି ଜଣାଯାଇଛି।

Leave A Reply

Your email address will not be published.