ସୋମବାର ରାଶିଫଳ ( ୨୨-୦୩-୨୦୨୧ )

ମେଷ:ତୃତୀୟସ୍ଥ ଚନ୍ଦ୍ରଙ୍କ କାରଣରୁ ଦୃଢ ମନୋବଳ ପାଇଁ ଉନ୍ନତି କରିବେ। ଚାକିରିରେ ଉଚ୍ଚ ସମ୍ମାନ ପାଇବେ। କଳା, ବିଜ୍ଞାନ, ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା
ବୃଷ:ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ। ରାଜନୀତିରେ ନେତୃତ୍ୱ ନେଇ ସଫଳ ହେବେ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍
ମିଥୁନ:ଦିନଟି ପ୍ରସନ୍ନତା ଭିତରେ କଟିବ। ମହିଳାମାନେ ଯଶକୀର୍ତ୍ତି ପାଇବେ। ଚାକିରିରେ ସହଯୋଗ ମିଳିବ। ଶିଳ୍ପ, ପରିବହନ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍
କର୍କଟ:କର୍ମକ୍ଷେତ୍ରରେ ଅସହଯୋଗ ରହିବ। ରାଜନୀତିରେ ଲୋକସମ୍ପର୍କ ହ୍ରାସ ଘଟିବ। ଚାକିରିରେ କାର୍ଯ୍ୟଭାର ରହିବ। ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍
ସିଂହ:ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ରାଜନୀତିରେ ପ୍ରତିଷ୍ଠିତ ହେବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
କନ୍ୟା:କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ସାଂସାରିକ ବିରକ୍ତିମନା ହେବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିକୂଳ ସ୍ଥିତି ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍
ତୁଳା:ଦିନଟି ଶୃଙ୍ଖଳା ଧାରାରେ କାର୍ଯ୍ୟ କରି ସୁଫଳ ପାଇବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ମହିଳାମାନେ ଧର୍ମପରାୟଣା ହେବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା
ବିଛା:ସମସ୍ୟା ବହୁଳତା କାରଣରୁ ବିଚଳିତ ରହିବେ। ଚାକିରିରେ ଶତ୍ରୁବୃଦ୍ଧି ହେବେ। ରାଜନୀତିରେ ବାଧାବିଘ୍ନ ରହିବ। ମହିଳାମାନେ ଆଳସ୍ୟ ରହିବେ। ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି
ଧନୁ:ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ଚାକିରିରେ ପଦୋନ୍ନତି ହୋଇପାରେ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ଶିଳ୍ପ ଓ ବାଣିଜ୍ୟରେ ଶୁଭଦାୟକ ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍
ମକର:କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ସାଂସାରିକ ଆର୍ଥିକ ସ୍ବଚ୍ଛଳତା ରହିବ। ଚାକିରିରେ ସ୍ଥାୟିତ୍ବ ରହିବ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
କୁମ୍ଭ:ଦିନଟି ସୁଖଶାନ୍ତି ଭିତରେ କଟିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ହେବ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍
ମୀନ:ଦିନଟି କାର୍ଯ୍ୟ ବିଳମ୍ବ ଓ ସମସ୍ୟା ରହିବ। ମହିଳାମାନେ ଚିନ୍ତାରେ ରହିବେ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ବାଣିଜ୍ୟରେ ମନ୍ଥର ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା