ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୨୨-୦୪-୨୦୨୧ )

ମେଷ:ଦିନଟି ଉତଥାନ ପତନ ଭିତରେ କଟିବ। କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ। ମଧ୍ୟାହ୍ନ ପରେ କାର୍ଯ୍ୟ ସଫଳ ହେବ। ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ବୃଷ:କର୍ମକ୍ଷେତ୍ରରେ ସହଯୋଗ ମିଳିବ। ଚାକିରିରେ ଦାୟିତ୍ୱବୋଧ ଓ ସମ୍ମାନ ପାଇବେ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମିଥୁନ:କାର୍ଯ୍ୟ ଦକ୍ଷତା ପାଇଁ ସଫଳତାର ଶୀର୍ଷରେ ପହଞ୍ଚିବେ। ଚାକିରିରେ ଉଚ୍ଚସମ୍ମାନ ପାଇବେ। ପ୍ରଶାସନିକ ସକ୍ରିୟ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କର୍କଟ:କେତେକ କ୍ଷେତ୍ରରେ ଉତ୍ତେଜନା ସ୍ଥିତି ରହିବ। ଆର୍ଥିକ ବିଷୟକୁ ନେଇ ବିବାଦ ଉପୁଜିପାରେ। ରାଜନୀତିରେ ଅପ୍ରୀତିକର ପରିସ୍ଥିତି ରହିବ। ବାଣିଜ୍ୟ ନୈରାଶ୍ୟଜନକ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ସିଂହ:ଦିନଟି ଚଳଚଞ୍ଚଳ ରହିବେ। ସାଂସାରିକ ସୁଖସନ୍ତୋଷ ପ୍ରାପ୍ତି ହେବ। ଚାକିରିରେ ପ୍ରଶଂସିତ ହେବେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାଜନକ ଫଳ ପାଇବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

କନ୍ୟା:ପ୍ରତିଟି କାର୍ଯ୍ୟରେ ବାଧା ରହିବ। ସାଂସାରିକ ଭୁଲ ବୁଝାମଣା ରହିବ। ମହିଳାମାନେ ବିରକ୍ତିମନା ହେବେ। ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ତୁଳା:ଦୃଢ ମନୋବଳ ସହକାରେ କାର୍ଯ୍ୟ କରି ଉନ୍ନତି କରିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଚାକିରିରେ ଧନସମ୍ମାନ ପାଇବେ। ବାଣିଜ୍ୟରେ ଉତ୍ତମ ଲାଭ ହେବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ବିଛା:କର୍ମକ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ପାଇବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଧନୁ:ଯୋଜନା ମୁତାବକ କାର୍ଯ୍ୟ କରି ସଫଳ ହେବେ। ମହିଳାମାନେ ଧର୍ମପରାୟଣା ହେବେ। ଚାକିରିରେ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ମକର:ଦିନଟି ବିଷମ ପରିସ୍ଥିତି ଦେଇ ଗତି କରିବେ। ଚାକିରିରେ ସ୍ଥାନଚ୍ୟୁତ ହୋଇପାରେ। ମହିଳାମାନେ ଅପଯଶ ପାଇବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଦାମ୍ପତ୍ୟରେ ମଧୁର ସମ୍ପର୍କ ରହିବ। ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ମୀନ:ବହୁ ଚେଷ୍ଟା କରି ସଫଳ ହେବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

Leave A Reply

Your email address will not be published.