ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୨୨-୦୭-୨୦୨୧ )

ମେଷ:ନୂତନ ଯୋଜନା କରି ସଫଳ ହେବେ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସଫଳ ହେବେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ବୃଷ:ଦିନଟି ସମସ୍ୟା ବହୁଳ ରହିବ। ରାଜନୀତିରେ ଶତ୍ରୁମାନଙ୍କ ଦ୍ବାରା ପ୍ରଭାବିତ ହେବେ। ଚାକିରିରେ ଅପଦସ୍ତ ହୋଇପାରନ୍ତି। ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମିଥୁନ:କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଦାମ୍ପତ୍ୟରେ ମଧୁର ସମ୍ପର୍କ ରହିବ। ରାଜନୀତିରେ ଉଚ୍ଚପ୍ରଶଂସା ପାଇବେ। ଶିଳ୍ପ ଓ ବାଣିଜ୍ୟରେ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ଆକାଶୀ

କର୍କଟ:ଉଦ୍‌ଯୋଗ କରି ସୁଫଳ ପାଇବେ। ଚାକିରିରେ ସମ୍ମାନ ବଢିବ। ମହିଳାମାନେ ପରିଶ୍ରମୀ ହେବେ। ରାଜନୀତିରେ କର୍ମ ଚଞ୍ଚଳ ରହିବେ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଏଥିସହିତ ପଢ଼ନ୍ତୁ

ସିଂହ:ଶୃଙ୍ଖଳିତ ଧାରାରେ କାର୍ଯ୍ୟ ସମ୍ପନ୍ନ କରିବେ। ଚାକିରିରେ ଦାୟିତ୍ବବୋଧ ରହିବ। ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

କନ୍ୟା:କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଚାକିରିରେ ସମସ୍ୟା ରହିବ। ପ୍ରଶାସନିକ ଚିନ୍ତାରେ ରହିବେ। ଶିଳ୍ପ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ତୁଳା:କୌଣସି ଗରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ଚାକିରିରେ ବ୍ୟସ୍ତବିବ୍ରତ ରହିବେ। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ସଫଳ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା:କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। ପଡୋଶୀଙ୍କ ସହଯୋଗ ପାଇବେ। ଚାକିରିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ଧନୁ:ଦିନଟି ସୁଖସନ୍ତୋଷ ଭିତରେ କଟିବ। ପ୍ରଶାସନିକ ସୁନାମ ପାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟ ସନ୍ତୋଷଜନକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ମକର:ଅବହେଳା ମନୋବୃତ୍ତି ପାଇଁ କାର୍ଯ୍ୟ ହାନି ହୋଇପାରେ। ରାଜନୀତିରେ ବିବାଦୀୟ ପରିସ୍ଥିତି ରହିବ। ବାଣିଜ୍ୟରେ ପ୍ରତିକୂଳ ସ୍ଥିତି ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:ଉଚ୍ଚ ଆଶା ସଫଳ ହେବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟ ଲାଭଦାୟକ ରହିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ମୀନ:ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ଓ ସହଯୋଗ ପାଇବେ। ଚାକିରିରେ ନିଷ୍ଠାପର ରହିବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ସୁଫଳ ମିଳିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

Leave A Reply

Your email address will not be published.