ଶୁକ୍ରବାର ରାଶିଫଳ ( ୨୧ – ୧୦ – ୨୦୨୨ )

ମେଷ: ମାନସିକ ଅବସାଦରେ ରହିବେ। କରିଥିବା ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ। ବିଗିଡ଼ି ଯାଇଥିବା ପରିସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ଶାନ୍ତ ରୁହନ୍ତୁ। କର୍ମକ୍ଷେତ୍ରରେ ଆଗୁଆ ରହିବେ।

ବୃଷ: ଆଜି କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। କଠିନ ପରିଶ୍ରମ କରି ସଫଳ ହେବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବିଦେଶରେ ନିଯୁକ୍ତି ସୁଯୋଗ ପାଇବେ।

ଏଥିସହିତ ପଢ଼ନ୍ତୁ

ମିଥୁନ:ସୃଜନଶୀଳତାର ପରିଚୟ ଦେଇ ଲୋକପ୍ରିୟତା ହାସଲ କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଆର୍ଥିକସ୍ଥିତି ମଜଭୁତ ରହିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ।

କର୍କଟ: ଦିନଟି ମଧ୍ୟମ ଧରଣର ରହିବ। ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଭାବିଚିନ୍ତି ଉତ୍ତର ଦିଅନ୍ତୁ। ସହକର୍ମୀଙ୍କ ସହଯୋଗ ପାଇବେ। ଚିନ୍ତିତ ରହିପାରନ୍ତି। ଅର୍ଥନୈତିକ କାରବାରେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: କଠିନ ପରିଶ୍ରମ କରି ଥକ୍କା ଅନୁଭବ କରିବେ। ନୂତନ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। କ୍ୟାରିୟରରେ ସଫଳତା ପାଇବେ। ବ୍ୟବସାୟର ବିକାଶ ହେବ। ପରିବାରରେ ତିକ୍ତତା ଉପୁଜିପାରେ।

କନ୍ୟା: କର୍ମକ୍ଷେତ୍ରରେ ମହତ୍ତ୍ବାଆକାଂକ୍ଷା ପୂର୍ଣ୍ଣ ହେବ। ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ , ସଫଳତା ପାଇବେ। ଆର୍ଥିକ ଉନ୍ନତି ହୋଇପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

ତୁଳା: କୌଣସି ସ୍ଥାନରୁ ଶୁଭ ସମାଚାର ପାଇବେ। ନୂତନ ଆର୍ଥିକ ଯୋଜନାରେ ନିବେଶ କରିବାରୁ ବିରତ ରୁହନ୍ତୁ। ଆପଣଙ୍କ ବ୍ୟବହାରରେ ଅନ୍ୟମାନେ ଖୁସି ହେବେ। ବରିଷ୍ଠ ଅଧିକାରୀଙ୍କ ସହ ମିଳାମିଶା ବଢ଼ିବ।

ବିଛା: ଅକସ୍ମାତ୍‌ କୌଣସି ସ୍ଥାନରୁ ଆର୍ଥିକଲାଭ ପାଇବେ। ପରିବାରରେ ଅସ୍ଥିରତା ଦେଖାଦେବ। ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବେ। କର୍ମକ୍ଷେତ୍ରରେ ପ୍ରିୟ ସହକର୍ମୀଙ୍କଠାରୁ ସହଯୋଗ ପାଇବେ।

ଧନୁ: ଉନ୍ନତିର ନୂତନ ପଥ ଉନ୍ମୁକ୍ତ ହେବ। ବରିଷ୍ଠ ଅଧିକାରୀ ସାହାଯ୍ୟର ହାତ ବଢ଼ାଇବେ। ନିଜସ୍ବ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। କଠିନ ପରିଶ୍ରମ କରି ଛାତ୍ରଛାତ୍ରୀ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ମକର:ସମୟ ପୂର୍ବରୁ କାର୍ଯ୍ୟ ସମାପ୍ତ କରିବେ। ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ବିଭିନ୍ନ କ୍ଷେତ୍ରରେ ପରିବାରର ସହଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା କରି ଖୁସି ଅନୁଭବ କରିବେ।

କୁମ୍ଭ: ବ୍ୟସ୍ତତା ମଧ୍ୟରେ ରହିପାରନ୍ତି। ସ୍ବାସ୍ଥ୍ୟହାନି ହୋଇପାରେ। ଅନ୍ୟ କଥାରେ ପଡ଼ି ନିବେଶ କରନ୍ତୁ ନାହିଁ। ଅକସ୍ମାତ୍‌ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।

ମୀନ: ନୂତନ ଚିନ୍ତାଧାରା ନେଇ ଆଗକୁ ବଢ଼ିବେ। ସମସ୍ୟାର ସମାଧାନ ବାଟ ଖୋଜି ପାଇବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟରେ ଜଡ଼ିତ ହେବେ।

Leave a comment