ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୨୦ – ୦୯ – ୨୦୨୨ )

ମେଷ: ଦିନଟିରେ ଉତ୍ସାହିତ ରହିବେ। ନୂତନ ନିବେଶ ପୂର୍ବରୁ ସଠି୍‌କ ଯୋଜନା କରନ୍ତୁ। କୋର୍ଟକଚୋରୀ ମାମଲାରେ ଆପଣଙ୍କ ସପକ୍ଷରେ ହେବ। ଧୈର୍ଯ୍ୟରଖି କାର୍ଯ୍ୟ କଲେ ଉତ୍ତମ ଫଳ ପାଇବେ।

ବୃଷ: କୌଣସି ଶୁଭ ଖବର ପାଇଁ ଆନନ୍ଦିତ ହେବେ। ବେରୋଜଗାରୀମାନଙ୍କୁ ରୋଜଗାରର ଅବସର ପ୍ରାପ୍ତି ହେବ। ସମାଜରେ ସମ୍ମାନ ବଢ଼ିବ। ପ୍ରେମୀଯୁଗଳଙ୍କ ପାଇଁ ଦିନିଟି ଉତ୍ତମ ରହିବ।

ମିଥୁନ: ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଦୂରଯାତ୍ରା କରି ଲାଭବାନ ହେବେ। ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ହେବ।

କର୍କଟ: ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। ଧାର ଦେବାରୁ ଦୂରେଇ ରହିବା ଉଚିତ ହେବେ। ବନ୍ଧୁବାନ୍ଧବଙ୍କ ସହ ନିବିଡ଼ତା ବଢ଼ିବ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ମଧ୍ୟମ ଧରଣର ରହିବ। ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ସମାଜରେ ମାନସମ୍ମାନ ବଢ଼ିବ। ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନ କରି କଷ୍ଟ ପାଇପାରନ୍ତି। ପରିବାରର ସହଯୋଗ ପାଇବେ।

କନ୍ୟା: କୌଣସି କାରଣରୁ ମନ କ୍ରୋଧିତ ହୋଇପାରନ୍ତି। ଅଯଥା କଥାରେ ମୁଣ୍ଡ ନ ପୂରାଇ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ରଖିନ୍ତୁ। ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ।

ତୁଳା: ଅତ୍ୟଧିକ ଚିନ୍ତା କରି ମାନସିକ ଅବସାଦରେ ରହିବେ। ଆୟ ବଢ଼ାଇବାର ଇଚ୍ଛା ଦ୍ବିଗୁଣିତ ହେବ। କର୍ମକ୍ଷେତ୍ରରେ ଦକ୍ଷ ହେବା ସହ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବେ।

ବିଛା: ନିଜ ପ୍ରତିଭାକୁ ବିକଶିତ କରିବାକୁ ସୁେଯାଗ ପାଇବେ। କର୍ମକ୍ଷେତ୍ରରେ କୌଣସି ଜରୁରୀ କାର୍ଯ୍ୟ କରିପାରନ୍ତି। ପାରିବାରିକ ଦାୟିତ୍ବ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗ୍ରହି ହେବେ।

ଧନୁ: ପୈତୃକ ସମ୍ପତ୍ତିରେ ଭାଗୀଦାରି ହୋଇ ପାରନ୍ତି। ଅବିବାହିତମାନଙ୍କ ଜୀବନରେ ପରିବର୍ତ୍ତନ ଦେଖା ଯାଇପାରେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। କର୍ମକ୍ଷେତ୍ରରେ ପ୍ରଶଂସା ସାଉଟିବେ।

ମକର: ଆତ୍ମବିଶ୍ବାସ ଓ ଉତ୍ସାହ ସହ କାର୍ଯ୍ୟ କରି ସଫଳତା ପାଇବେ। ଅଯଥା ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ।

କୁମ୍ଭ: ଜୀବନରେ କିଛି ନୂଆ କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ।

ମୀନ: ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ପରିବାରଠାରୁ ଆର୍ଥିକ ସହାୟତା ପାଇବେ। ଭାବନାରେ ଭାସିଯାଇ କିଛି ଭୁଲ୍‌ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ।

Leave A Reply

Your email address will not be published.