ଶନିବାର ରାଶିଫଳ ( ୨୦- ୦୩-୨୦୨୧ )

ମେଷ:ବିଭିନ୍ନ ଉପାୟରେ ଆୟ ହେବ। ପଡୋଶୀଙ୍କ ସହଯୋଗ ପାଇବେ। ଚାକିରିରେ ସ୍ଥାୟୀତ୍ବ ରହିବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍
ବୃଷ:ଚନ୍ଦ୍ରଙ୍କ ସ୍ବପାରଗମନ ହେତୁ ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। କଳା,ବିଜ୍ଞାନ, ଶିଳ୍ପ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
ମିଥୁନ:କର୍ମକ୍ଷେତ୍ରରେ ସମସ୍ୟାକୁ ନେଇ ବିଚଳିତ ରହିବେ। ମହିଳାମାନେ ହତୋତ୍ସାହ ରହିବେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ପରିବହନ ଓ ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍
କର୍କଟ:କୌଣସି ବଡ ଧରଣର ସଫଳତା ପାଇପାରନ୍ତି। ରାଜନୀତିରେ ଧନସମ୍ମାନ ପ୍ରାପ୍ତି ହେବ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍
ସିଂହ:ଦିନଟି ସୁଖଶାନ୍ତି ଭିତରେ କଟିବ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ପ୍ରଶାସନିକ ସମ୍ମାନ ବୃଦ୍ଧି ହେବ। ବାଣିଜ୍ୟରେ ସମୃଦ୍ଧି ହେବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍
କନ୍ୟା:କର୍ମକ୍ଷେତ୍ରରେ ସହଯୋଗ ପାଇ ଆଗେଇବେ। ସାଂସାରିକ ଅନୁଶାସନ ଭିତରେ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ।
ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍
ତୁଳା:ଦୁଃସ୍ଥାନରେ ଚନ୍ଦ୍ରଙ୍କ ଚଳନ ହେତୁ ଶତ୍ରୁମାନଙ୍କ ଦ୍ବାରା ପ୍ରଭାବିତ ହେବେ। ଚାକିରିରେ ଅପଦସ୍ତ ହୋଇପାରନ୍ତି। ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା
ବିଛା:କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ। ମହିଳାମାନେ ଚଳଚଞ୍ଚଳ ରହିବେ। ରାଜନୀତିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ଶୁଭଫଳ ପାଇବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍
ଧନୁ:କର୍ମକ୍ଷେତ୍ରରେ ନେତୃତ୍ୱ ନେଇ ସଫଳ ହେବେ। ସାଂସାରିକ ଉତ୍ତମ ବୁଝାମଣା ରହିବ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ।
ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ
ମକର:ଦିନଟି ଅଜଣା ବ୍ୟକ୍ତିଙ୍କ ସହଯୋଗ ପାଇବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ଶିଳ୍ପ ଓ ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ।
ଶୁଭ ଅଙ୍କ-୮,ଶୁଭ ଅଙ୍କ-ବାଇଗଣୀ
କୁମ୍ଭ:କର୍ମକ୍ଷେତ୍ରରେ ଅସହଯୋଗ ରହିବ। ରାଜନୀତିରେ ସମସ୍ୟା ରହିବ। ମହିଳାମାନେ ବିରକ୍ତିମନା ହେବେ। ବାଣିଜ୍ୟ ମନ୍ଥର ରହିବ।
ଶୁଭ ଅଙ୍କ-୩, ଶୁଭ ଅଙ୍କ-ଗୋଲଡେନ୍
ମୀନ:ଦିନଟିରେ ସବୁ କ୍ଷେତ୍ରରେ ଅଗ୍ରଗତି କରିବେ। ପ୍ରଶାସନିକ ସ୍ତରରେ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା