ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୨୦ – ୦୪ – ୨୦୨୨ )

ମେଷ: କୌଣସି ବିଷୟକୁ ନେଇ ଦୁଶ୍ଚିନ୍ତାରେ ରହିବେ। ଚାକିରିରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌।

ବୃଷ: ବନ୍ଧୁବାନ୍ଧବଙ୍କ ଗହଣରେ ସମୟ କଟାଇ ପାରନ୍ତି। ଚାକିରିରେ ପଦୋନ୍ନତି ହୋଇପାରେ। ରାଜନୀତିରେ ଲୋକପ୍ରିୟତା ବଢ଼ିବ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ଧଳା।

ମିଥୁନ:ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ହାସଲ କରିବେ। ଆର୍ଥିକ ସ୍ଥିତି ସୁଧାର ଆସିବ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଦୃଢ଼ମନା ରହିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ ।

କର୍କଟ: କର୍ମକ୍ଷେତ୍ରରେ ବିରୋଧାଭାସ ରହିବ। ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ଚାକିରିରେ ଅସହଯୋଗ ରହିବ। ବାଣିଜ୍ୟରେ ମନ୍ଥର ଦେଖାଦେବ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍‌।

ଏଥିସହିତ ପଢ଼ନ୍ତୁ

ସିଂହ:କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରିପାରନ୍ତି। ବନ୍ଧୁ ବାନ୍ଧବଙ୍କର ଆଗମନ ହୋଇପାରେ। ବାଣିଜ୍ୟରେ ନୂତନ ପୁଞ୍ଜିନିବେଶ କରିପାରନ୍ତି। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ- ଧଳା।

କନ୍ୟା: ଚତୁରତାର ସହ କାର୍ଯ୍ୟ ହାସଲ କରିବେ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀମାନେ କୃତିତ୍ବ ଅର୍ଜନ କରିବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ- ସିଲ୍‌ଭର୍‌।

ତୁଳା: ବକେୟା ଅର୍ଥକୁ କେନ୍ଦ୍ର କରି ସମସ୍ୟା ଉପୁଜିପାରେ। ଚାକିରିରେ କାର୍ଯ୍ୟଭାର ରହିବ। ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶିକ୍ଷାର୍ଥୀ ଅବହେଳା କରିବେ। ଶୁଭ ଅଙ୍କ- ୪,ଶୁଭ ରଙ୍ଗ-ମେଟାଲିକ୍‌।

ବିଛା: ବଡ଼ଧରଣର ସଫଳତା ପାଇପାରନ୍ତି। ରାଜନୀତିରେ ସକ୍ରିୟ ଭୂମିକା ରହିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ।ଶୁଭ ଅଙ୍କ- ୧, ଶୁଭ ରଙ୍ଗ-ପିଙ୍କ୍‌।

ଧନୁ:ବାରମ୍ବାର ଚେଷ୍ଟାକରି ସୁଫଳ ପାଇବେ। ମହିଳାମାନେ ଧର୍ମ ପରାୟଣା ହେବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ- ୨,ଶୁଭ ରଙ୍ଗ-ଧଳା।

ମକର: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବ। ଚାକିରିରେ ସମସ୍ୟା ଘେରରେ ରହିବେ। ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ- ୬,ଶୁଭ ରଙ୍ଗ-ସିଲ୍‌ଭର୍‌।

କୁମ୍ଭ: ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଉଭୟ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ରାଜନୀତିରେ ପ୍ରଶଂସା ପାଇବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ- ୩,ଶୁଭ ରଙ୍ଗ- ଗୋଲ୍‌ଡେନ୍‌।

ମୀନ: ଦେହ ଓ ମନ ଭଲ ରହିବ। ଆର୍ଥିକ ସ୍ବଚ୍ଛଳତା ରହିବ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଅନୁଶାସନପ୍ରିୟ ହେବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍‌।

Leave A Reply

Your email address will not be published.