ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାର୍ଟ୍ଟ ୪ରୁ ଆରମ୍ଭ ହେବ ମହିଳା ଆଇପିଏଲର ପ୍ରଥମ ସଂସ୍କରଣ, ନିଲାମିରେ ୭ ଓଡ଼ିଆ ଖେଳାଳି ସାମିଲ

ଭୁବନେଶ୍ୱର: ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବ ମହିଳା ଆଇପିଏଲର ପ୍ରଥମ ସଂସ୍କରଣ । ଏହି ପ୍ରତିଯୋଗିତା ମାର୍ଚ୍ଚ ୪ ରୁ ଆରମ୍ଭ ହୋଇ ୨୬ ତାରିଖ ଯାଏଁ ଚାଲିବ । ମୁମ୍ବାଇର ଡି ଓ୍ୱାଇ ପାଟିଲ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ଏହି ପ୍ରତିଯୋଗିତା । ମହିଳା ଆଇପିଏଲ ପାଇଁ ଖେଳାଳି ନାଲିମ ୧୩ ତାରିଖ ମୁମ୍ବାଇରେ ହେବ । ତେବେ ନିଲାମୀ ପାଇଁ ୧୫୨୫ ଜଣ ମହିଳା ଖେଳାଳି ନାମ ପଞ୍ଜିକରଣ କରିଥିବା ବେଳେ ୪୦୯ ଜଣ ଖେଳାଳିଙ୍କୁ ଚୂଡାନ୍ତ ନିଲାମୀ ତାଲିକାରେ ରଖାଯାଇଛି ।

ତବେ ମହିଳା ଆଇପିଏଲ ପାଇଁ ଦେଶ ବିଦେଶର ୯୦ ଜଣ ଖେଳାଳିଙ୍କୁ ୫ଟି ଫ୍ଲାଞ୍ଚାଇଜ୍ କିଣିବେ। ଏହି ୪୦୯ ଜଣଙ୍କ ମଧ୍ୟରେ ୭ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି । ଓଡ଼ିଶାରୁ ମୋଟ ୨୦ ଜଣ ଖେଳାଳି ନିଲାମୀ ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ୭ଜଣ ନାଁ ଚୂଡ଼ାନ୍ତ ନିଲାମୀ ତାଲିକାରେ ସ୍ଥାନ ପାଇଛି। ଏହି ୭ଣ ଖେଳାଳିଙ୍କ ନାଁ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ନିଲାମୀରେ ସାମିଲ ହେବ ।

ଓଡ଼ିଶାରୁ ମାଧୁରୀ ମେହେଟା, ରାସନ୍ନାରା ପରଓ୍ୱିନ୍ , ସୁଜାତା ମଲ୍ଲିକ, ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଏସ.ବି ଲରନେସ୍ ଓ କାଜଲ ଜେନା ସାମିଲ ହୋଇଛନ୍ତି। ମାଧୁରୀ ମେହେଟା, ରାସନ୍ନାରା ପରଓ୍ୱିନଙ୍କ ବେସ ପ୍ରାଇସ ୩୦ ଲକ୍ଷ୍ୟ, ସୁଜାତା ମଲ୍ଲିକଙ୍କ ବେସ ପ୍ରାଇସ ୨୦ ଲକ୍ଷ୍ୟ ଥିବା ବେଳେ ଅନ୍ୟ ୪ ଜଣ ଓଡ଼ିଆ ଖେଳାଳିଙ୍କ ବେସ ପ୍ରାଇସ ୧୦ ଲକ୍ଷ୍ୟ ରଖାଯାଇଛି । ମୋଟ ୪୦୯ ମହିଳା କ୍ରିକେଟରଙ୍କ ମଧ୍ୟରୁ ୨୪୬ ଜଣ ଭାରତୀୟ ଓ ୧୬୩ ଜଣ ବିଦେଶୀ ଖେଳାଳିଙ୍କ ନାଁ ସାମିଲ ରହିଛି।

Leave A Reply

Your email address will not be published.