ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋଟିଏ ସାହିର ୨୦ ଲୋକ ଝାଡା ବାନ୍ତିରୋଗରେ ସଂକ୍ରମିତ, କେନ୍ଦ୍ରାପଡା ସିଡିଏମ ଦୃଷ୍ଟି ଦେବାକୁ ଦାବି

କଣ୍ଡିଆହାଟ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ପଂଚାୟତର କଣ୍ଡିଆହାଟ ମଳିକ ସାହିରେ ୨୦ ଜଣ ଲୋକେ ପ୍ରବଳ ଝାଡା ବାନ୍ତି ରୋଗରେ ସଂକ୍ରମିତ ହୋଇଛନ୍ତି । କଣ୍ଡିଆହାଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯନ୍ତ୍ରପାତି ଅଭାବରୁ ସେମାନଙ୍କୁ କଟକ ବଡ ମେଡିକାଲ ଓ ଯାଜପୁର ମେଡିକାଲରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ସେମାନଙ୍କର ୩୦ ରୁ ୩୫ ସାଲାଇନ ଲାଗୁଥିବା ଜଣାପଡିଛି । ହେଲେ ସେମାନେ ଏ ପର୍ଯ୍ଯନ୍ତ ସୁସ୍ଥ ହୋଇ ନାହାନ୍ତି । ସେହିପରି ଅରଗଳ ଗ୍ରାମର ଯେନା ସାହିରେ ୪ଜଣ ଯୁବକ ଝାଡା ବାନ୍ତିରେ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କର କରୋନା ପଜେଟିଭ ଥିବ ଜଣା ପଡିଛି । କଣ୍ଡିଆ ମଳିକସାହିର ଲୋକେ ଅରଗଳ ଯେନା ସାହିକୁ ଯାଇ କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ଜଣାଯାଇଛି । ତେଣୁ କେନ୍ଦ୍ରାପଡା ସି. ଡି. ଏମ ତୁରନ୍ତ ତଦନ୍ତ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହୋଇଛି ।

Leave A Reply

Your email address will not be published.