ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୨୦ଟି ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର: କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି।

ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ କାର୍ଯ୍ୟାଳୟ ଆଦେଶରୁ ଜଣା ପଡ଼ିଛି ଯେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଡାକ୍ତରଖାନା ପାଇଁ ୩ଟି ନିଶ୍ଚେତକ ସ୍ପେଶାଲିଷ୍ଟ , ୧ଟି ଅସ୍ତିଶଲ୍ୟ ସ୍ପେଶାଲିଷ୍ଟ୍, ୧ଟି ଜରୁରୀ କାଳୀନ ମେଡିକାଲ ଅଧିକାରୀ, ୨ଟି ବ୍ଲଡ ବ୍ୟାଙ୍କ୍ ଅଧିକାରୀ, ୮ଟି ମେଡିକାଲ ଅଧିକାରୀ, ୧ଟି ଦନ୍ତ ଚିକିତ୍ସକ, ଏବଂ ୩ଟି ପରିକ୍ଷଗାର ସହାୟକ ଏହିପରି ସମୁଦାୟ ୨୦ଟି ପଦବୀ ସୃଷ୍ଟି କରାଯାଇଛି ।

ଏହି ସବୁ ପଦବୀରେ ସ୍ପେଶାଲିଷ୍ଟମାନେ ନିୟୋଜିତ ହେବା ପରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟର ଗୁଣାତ୍ମକମାନ ବହୁ ଗୁଣିତ ହେବ ବୋଲି ବୁଦ୍ଧିଜବୀମାନେ ଆଶାପ୍ରକାଶ କରିବା ସହ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.