ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆର୍ମି କ୍ୟାମ୍ପରେ ଅନୁପ୍ରବେଶ ଉଦ୍ୟମ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

କାଶ୍ମୀର: ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ । ସ୍ୱାଧୀନତା ଦିବସ ପୂର୍ବରୁ ଫେଲ୍ ମାରିଲା ଆର୍ମି କ୍ୟାମ୍ପ ଉପରେ ବଡ଼ ଧରଣର ଆକ୍ରମଣ । ଜମ୍ମୁ କାଶ୍ମୀର ପରଗଲରେ ଥିବା ଆର୍ମି କ୍ୟାମ୍ପରେ କିଛି ଆତଙ୍କବାଦୀ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବିଫଳ ହୋଇଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନା । ଯବାନଙ୍କ ଗୁଳିମାଡ଼ରେ ଟଳିଲେ ୨ ଜଣ ଆତଙ୍କବାଦୀ । ସେହିପରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏବେ ବି ସ୍ଥାନୀୟ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଘଟଣାସ୍ଥଳରେ ସେନାର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଉରୀ ଭଳି ରକ୍ତପାତ କରିବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର ରଚିଥିଲେ । ହେଲେ ଆତଙ୍କବାଦୀଙ୍କ ଏହି ଯୋଜନାକୁ ପଣ୍ଡ କରିବାରେ ସକ୍ଷମ ହୋଇଛନ୍ତି ଯବାନ । ୨୦୧୬ରେ ଜୈଶ-ଏ-ଅହମ୍ମଦର ଆତଙ୍କବାଦୀ ଜମ୍ମୁ କାଶ୍ମୀରର ଉରିରେ ଥିବା ସେନାର କ୍ୟାମ୍ପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୯ ଜଣ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ୩୦ ଜଣ ଯବାନ ଆହତ ହୋଇଥିଲେ । ଏହି ଆକ୍ରମରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ ।

Leave A Reply

Your email address will not be published.