ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହେଲମେଟରେ ପିଟି ପିଟି ଦିବ୍ୟାଙ୍ଗ ଛାତ୍ରଙ୍କୁ ଲହୁଲୁହାଣ

ଭୁବନେଶ୍ୱର : ବଡ଼ଗଡ଼ ଥାନା ବିଜେବି କଲେଜ କ୍ୟାମ୍ପସରେ ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ ମୁଣ୍ଡକୁ କଲେଜର ଅନ୍ୟ ଦୁଇ ଛାତ୍ର ହେଲମେଟରେ ପିଟି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସୁମନ୍‍ ମୁର୍ଖାଜୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି । ମିଳିଥିବା ଅଭିଯୋଗ ଅନୁସାରେ, ସୁମନ୍‍ ବିଜେବି କଲେଜରେ ବାଣିଜ୍ୟ ବିଭାଗର ତୃତୀୟ ବର୍ଷର ଛାତ୍ର। ସେ କଲେଜ କ୍ୟାମ୍ପସରେ ବସିଥିବା ବେଳେ କଲେଜର ଅନ୍ୟ ଦୁଇ ଜଣ ଛାତ୍ର ଆସି ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ ଆମେ କଲେଜର ଗୁଣ୍ଡା। ଆମେ ଯାହା କହିବୁ ତାହା କରିବୁ, ବୋଲି କହି ଏକ ହେଲମେଟର ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ସୁମନ ତଳେ ପଡ଼ିଯିବା ପରେ ତାଙ୍କୁ ହେଲମେଟର ପିଟି ପିଟି ଲହୁ ଲୁହାଣ କରି ଦେଇଥିଲେ।

Leave A Reply

Your email address will not be published.