ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୦୨ – ୦୯ – ୨୦୨୨ )

ମେଷ: ଦିନଟିରେ ଚଳଚଞ୍ଚଳ ରହିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ସନ୍ତାନସନ୍ତତି ଉନ୍ନତି କରିବେ। ବ୍ୟବସାୟକୁ ପ୍ରସାରିତ କରିବାର ସୁଯୋଗ ପାଇବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରି ସଫଳତା ପାଇବେ।

ବୃଷ: ଗୁରୁଜନକ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ରାଜନୀତିରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ବ୍ୟବସାୟରେ ଆୟବ୍ୟୟ ସମାନ ରହିବ।

ମିଥୁନ: ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। କିଛି ନୂଆ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟ ମନମୁତାବକ ଫଳ ମିଳିବ। ଛାତ୍ରଛାତ୍ରୀମାନେ ସଫଳ ହେବେ।

କର୍କଟ: ପରିବାରରେ କୌଣସି କଥାକୁ ନେଇ ଉତ୍ତେଜନା ପରିସ୍ଥତି ରହିବ। ବିଭିନ୍ନ ସ୍ତରରେ ଶତ୍ରୁବୃଦ୍ଧି ହେବେ। କର୍ମକ୍ଷେତ୍ରରେ ସ୍ଥାନାନ୍ତର ହୋଇପାରେ। ମହିଳାମାନେ ଅସ୍ଥିରମନା ରହିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଅନ୍ୟର ସହଯୋଗ ପାଇ ଆଗେଇବେ। ସମାଜରେ ଖ୍ୟାତି ବଢ଼ିବ। ଗୁରୁଜନଙ୍କ ପ୍ରିୟପାତ୍ର ହେବେ। ପରିବହନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଛାତ୍ରଛାତ୍ରୀ ଉଚ୍ଚାଭିଳାଷୀ ହେବେ।

କନ୍ୟା: କର୍ମକ୍ଷେତ୍ରରେ ବ୍ୟୟ ବହୁଳତା ରହିବ। କାର୍ଯ୍ୟଭାର ଅଧିକ ରହିବ। ରାଜନୀତିରେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ବ୍ୟବସାୟରେ ବିଶେଷ ଭଲ ହେବ ନାହିଁ। ଛାତ୍ରଛାତ୍ରୀ ଚିନ୍ତାରେ ରହିବେ।

ତୁଳା: ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅନେକ ଦିନର ସ୍ବପ୍ନ ସାକାର ହେବ। ସାଂସାରିକ ସୁଖସମ୍ମାନ, ସମୃଦ୍ଧି ପ୍ରାପ୍ତି ହେବ। ପାରିବାରିକ ସହଯୋଗରେ ଉନ୍ନତି ପଥରେ ଆଗେଇ ଚାଲିବେ।

ବିଛା: ବଡ଼ଧରଣର ସଫଳତା ପାଇପାରନ୍ତି। ରାଜନୀତିରେ ସକ୍ରିୟ ଭୂମିକା ରହିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ଶୁଭଫଳ ମିଳିପାରେ । ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

ଧନୁ: ବାରମ୍ବାର ଚେଷ୍ଟା କରି ସଫଳତା ପାଇବେ। ମହିଳାମାନେ ଧର୍ମ ପରାୟଣା ହେବେ। ରାଜନୀତିରେ ଜନସେବାର ବ୍ରତୀ ହେବେ। ବ୍ୟବସାୟରେ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ସଫଳ ହେବେ।

ମକର: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ସମସ୍ୟା ଘେରରେ ଥାଇ ମଧ୍ୟ ସଫଳତା ପାଇବେ। କୌଣସି କଥାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ରହିବେ।

କୁମ୍ଭ: ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଅନ୍ୟକୁ ସହଯୋଗ କରି ସନ୍ତୋଷ ପାଇବେ। ଛାତ୍ରଛାତ୍ରୀ ଉତ୍ସାହିତ ରହିବେ।

ମୀନ: ଦେହ ଓ ମନ ଭଲ ରହିବ। ଆର୍ଥିକ ସ୍ବଚ୍ଛଳତା ରହିବ। କର୍ମକ୍ଷେତ୍ରରେ ନିଜର ପ୍ରତିଭାର ପ୍ରଦର୍ଶନ କରିବେ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଛାତ୍ରଛାତ୍ରୀମାନେ ଅନୁଶାସନ ପ୍ରିୟ ହେବେ।

Leave A Reply

Your email address will not be published.