ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଠାକୁରଗଡ଼ ଥାନା ଅନ୍ତର୍ଗତ କନ୍ତପଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଗ୍ରାମର କୁରୁମଛକ ନିକଟରେ ଥିବା ଏକ ଛୋଟ ପୋଖରୀକୁ ଗାଁର ଦୁଇ ନାବାଳିକା ଗାଧୋଇବାକୁ ଯାଇଥିଲେ । ପରେ ଘରକୁ ନ ଫେରିବାରୁ ଲୋକ ଖୋଜାଖୋଜି କରିଥିଲେ । ଗାଁ ପୋଖରୀରୁ ଗ୍ରାମବାସୀ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଖବର ପାଇ ଠାକୁରଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଡାକ୍ତରଖାନାକୁ ପଠାଇଛି।

Leave A Reply

Your email address will not be published.