ଗାଧୋଇବା ବେଳେ ପୋଖରୀରେ ବୁଡ଼ି ୨ ନାବାଳକ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚୌରା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ଗାଧୋଇବା ବେଳେ ଉଭୟ ପୋଖରୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟଲୋକେ ଉଭୟଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରୁ ଜଣଙ୍କର ବୟସ ୭ ଓ ଅନ୍ୟଜଣଙ୍କର ୯ ବର୍ଷ ବୟସ ହେବ ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଘଟଣାପରେ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଛି।