କଇଁଫୁଲ ହେଲା କାଳ; ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ

ଯାଜପୁର: କଇଁଫୁଲ ନେଲା ଜୀବନ । କଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇ ଦୁଇ ଜଣ ନାବାଳକଙ୍କ ସଲିଳ ସମାଧି । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୁଟୁରିଆ ନିକଟସ୍ଥ ବୈତରଣୀ ନଦୀ କଣ୍ଡିଆରେ । ମୃତକ ଦ୍ୱୟ ହେଲେ ବିଭୂତି ଜେନା ଓ ଦିବ୍ୟରଞ୍ଜନ ଜେନା । ସୂଚନା ଅନୁସାରେ, କୁଟୁରିଆ ଠାରେ ଥିବା ବୈତରଣୀ ନଦୀର ଯୋରକୁ କଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ପାଣିରେ ବୁଡି ଦୁଇ ବାଳକଙ୍କ ମୃତ୍ୟୁ ହୋଇଛି । ଗ୍ରାମବାସୀଙ୍କ ସହାୟତାରେ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେପଟେ ଦୁଇ ନାବାଳକଙ୍କୁ ହରାଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave a comment