ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଗତପୁରରେ ହାତୀ ଉପଦ୍ରବ : ସାରା ରାତି ଉତ୍ପାତ ମଚାଇଲେ, ସକାଳୁ ୨ ଜୀବନ ନେଲେ

କଟକ : କଟକ ଜଗତପୁରରେ ହାତୀ ଆତଙ୍କ । କଟକ ଜଗତପୁର ଅଞ୍ଚଳରେ ଗତ ରାତିରୁ ଏକ ହାତୀପଲ ପଶି ଆସିଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ସକାଳ ସୁଦ୍ଧା କିଛି ହାତୀ ଜନବସତି ଅଞ୍ଚଳରେ ରହି ଯାଇଥିବା ଜଣାଯାଇଛି।

ଆଠଗଡ଼ ବନଖଣ୍ଡରୁ ହାତୀପଲ ଆସି ଗତରାତିରୁ ଜଗତପୁରରେ ଉପଦ୍ରବ କରିଛନ୍ତି। ରାତିସାରା ହାତୀପଲ ଉପଦ୍ରବ ଜାରି ରଖିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ। ଆଜି ଭୋରରୁ ହାତୀପଲ ସମ୍ମୁଖରେ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ପଡ଼ି ଯାଇଥିବା ବେଳେ ଉଭୟଙ୍କୁ ଦଳି ଦେଇଛନ୍ତି ହାତୀପଲ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଯାଇଛି ।ତେଣେ ଯୋବ୍ରା ଆନିକଟ ୧୪ ନମ୍ବର ଗେଟରେ ଏକ ହାତୀର ମୃତଦେହ ଲାଗିଥିବା ଦେଖାଯାଇଛି। ଉକ୍ତ ହାତୀଟି ନଦୀ ପାଣିରେ ଭାସିଆସିଥିବା ସନ୍ଦେହ କରାଯାଉଛି।

ଅନ୍ୟପଟେ ହାତୀ ଆକ୍ରମଣ ପରେ ସତର୍କତା ଜାରି କରିଛି ବନ ବିଭାଗ । ଜଗତପୁର ଗୋଲେଇ ଛକ ଠାରୁ ଆଇବି ରୋଡ଼ ପର୍ୟ୍ୟନ୍ତ କେହି ଯାତାୟତା ନକରିବା ପାଇଁ ସତର୍କତା ଜାରି କରାଯାଇଛି ।ହାତୀପଲ ଜଗତପୁରରେ ପଶି ବହୁ ଘରଦ୍ୱାର ଓ ଗାଡ଼ିମୋଟର ଭାଙ୍ଗି ଦେଇଛନ୍ତି। ବନବିଭାଗ ଓ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଏବେବି କିଛି ହାତୀ ବାଟ ନ ପାଇ ରହି ଯାଇଥିବା ଜଣାଯାଇଛି। ହାତୀ ଗୁଡିକ ରହିଯାଇଥିବା କାରଣରୁ ଦୁଇ ହାତୀଙ୍କୁ ଟ୍ରାଙ୍କୁଲାଇଜ କରାଯିବ ବୋଲି ଜଣାପଡିଛି। ସେଥିପାଇଁ ନନ୍ଦନକାନନରୁ ଖୁବ ଶୀଘ୍ର ଏକ ଟିମ୍‌ ପହଞ୍ଚିବେ ବୋଲି ଜଣାପଡିଛି।

Leave A Reply

Your email address will not be published.