ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ୨ଟି ହାତୀଦାନ୍ତ ଜବତ, ୭ ଗିରଫ

ମୟୂରଭଞ୍ଜ: ମୟୂରଭଞ୍ଜରୁ ପୁଣି ଦୁଇଟି ହାତୀଦାନ୍ତ ଜବତ ହୋଇଛି। ଏଥିସହ ସହ ୭ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ମୟୂରଭଞ୍ଜ ଏସ୍ପିଙ୍କ ନିର୍ଦ୍ଦେଶରେ ବିଶୋଇ ଥାନା ଅଧିକାରୀ ସ୍ୱତନ୍ତ୍ର ଟିମ ସାହାଯ୍ୟରେ ରୁଗୁଡ଼ି ଡିହି, ମାଟିଆଳି ସାହି ଓ ତଲବବାରି ଅଞ୍ଚଳରେ ବିଶେଷ ଭାବେ ନଜର ରଖି ତନାଘନା ଚାଲିଥିଲା। ବିଶେଷ ସୂତ୍ରରୁ ଖବର ପାଇ STR ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଲେ ରୁଗୁଡ଼ି ଡିହି ଗ୍ରାମର ଗୋବିନ୍ଦ ହେମ୍ବ୍ରମ୍ ଓ ମାଟିଆଳି ସାହିର ଅଭିଯୁକ୍ତ ମାତାଲ୍। ତେବେ ଅଭିଯୁକ୍ତ ଗୋବିନ୍ଦଙ୍କ ଘର ପଛପଟୁ ନଡ଼ା ଗଦା ଭିତରୁ ଗୋଟିଏ ହାତୀ ଦନ୍ତା ଜବତ ହୋଇଥିବ ବେଳେ ଅନ୍ୟ ଗୋଟିଏ ଅଭିଯୁକ୍ତ ମାତାଲଙ୍କ ଘର ପଛ ବିଲ ଭିତରୁ ଜବତ କରାଯାଇଛି।

ଖବର ଅନୁଯାୟୀ, କିଛି ଦିନ ତଳେ ଶିମିଳିପାଳ ଜଙ୍ଗଲରେ ସେହି ଅଞ୍ଚଳରୁ ଦନ୍ତାର ମୃତ ଦେହ ଉଦ୍ଧାର ହୋଇଥିଲା। ସେହି ଘଟଣାରେ STR ସ୍ଵତନ୍ତ୍ର ଭାବେ ତଦନ୍ତ କରୁଥିଲା।

Leave A Reply

Your email address will not be published.