ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିମାନରେ ମଦ ପିଇ ହଙ୍ଗାମା: ନିଶାରେ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ମୁମ୍ବାଇ: ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନରେ ଦୁଇ ଜଣ ଯାତ୍ରୀ ମଦ ପିଇ ପାଇଲଟଙ୍କ ସମେତ ଅନ୍ୟ ଯାତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟ ଯାତ୍ରୀଙ୍କୁ ମୁମ୍ବାଇରେ ଗିରଫ କରାଯାଇଛି। ପୋଲିସ କହିଛି ଯେ, ଏହି ପ୍ରସଙ୍ଗରେ ଏୟାର ଇଣ୍ଡିଗୋ ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା। ଉଭୟ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଉଭୟ କୋର୍ଟରୁ ଜାମିନ ପାଇଥିଲେ। ପୋଲିସର ସୂଚନାନୁସାରେ, ଉଭୟ ଅଭିଯୁକ୍ତ କୋଲହାପୁର ଏବଂ ପାଲଘରର ନାଲାସୋପାରା ବାସିନ୍ଦା। ସେମାନେ ଦୁବାଇରୁ ଫେରୁଥିଲେ।

ଦେଶକୁ ଫେରିବା ଖୁସିରେ ଉଭୟ ଅଭିଯୁକ୍ତ ମଦ୍ୟପାନ କରୁଥିଲେ। ସେମାନଙ୍କର ନାମ ହେଉଛି ଦତ୍ତାତ୍ରେୟ ବାପାର୍ଡେକର ଏବଂ ଜନ ଜର୍ଜ ଡି’ସୁଜା। ଉଭୟ ନିଶାରେ ବିମାନରେ ହଙ୍ଗାମା କରିଥିଲେ। ଅନ୍ୟ ଯାତ୍ରୀମାନେ ଆପତ୍ତି କରିବା ସହ ଏନେଇ ଅଭିଯୋଗ କରିଥିଲେ। ବିମାନର କ୍ରୁ ମେମ୍ବରମାନେ ମଧ୍ୟ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରିବାକୁ ସେମାନଙ୍କୁ ଗାଳି ଦେଇଥିଲେ। ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୩୫ (ଅନ୍ୟମାନଙ୍କ ଜୀବନ କିମ୍ବା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା) ଏବଂ ବିମାନ ଚଳାଚଳ ନିୟମର ସମ୍ପୃକ୍ତ ବିଭାଗ ଅନୁଯାୟୀ, ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ବୋଲି ସାହାର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.