+୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ କଲେଜ ବଦଳି ପାଇଁ ସୁଯୋଗ

୨୮ ଯାଏଁ ଆବେଦ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖାଇଥିବା ଏକାଦଶ ଶ୍ରେଣୀ (+୨ ପ୍ରଥମ ବର୍ଷ)ର ଛାତ୍ରଛାତ୍ରୀ କଲେଜ ବଦଳି କରିବାକୁ ଚାହୁଁଥିଲେ ଆସନ୍ତା ଜାନୁଆରୀ ୨୮ ତାରିଖ ଯାଏଁ ଆବେଦନ କରି ପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜୁନିୟର କଲେଜର ଅଧକ୍ଷମାନଙ୍କୁ ଅବଗତ କରାଯାଇଛି। କଲେଜରୁ ନାମଲେଖା ସ୍ଥାନାନ୍ତର ଆବେଦନ ପ୍ରକ୍ରିୟା ପାଇଁ ଜାନୁଆରୀ ୧୨ ରୁ ଆରମ୍ଭ ହୋଇ ୨୮ ତାରିଖ ଯାଏଁ ଚାଲିବ। ୩୧ ତାରିଖ ମଧ୍ୟରେ କଲେଜ ସ୍ତରରେ ଯାଞ୍ଚ ପ୍ରକ୍ରିୟା ସରିବାକୁ ଥିବାବେଳେ ଫେବୃଆରୀ ୭ରୁ ୧୨ ତାରିଖ ମଧ୍ୟରେ ନିର୍ଦ୍ଦେଶାଳୟ ପକ୍ଷରୁ ଏହାକୁ ଯାଞ୍ଚ କରି ମଞ୍ଜୁରୀ ଦିଆଯିବ। ତେବେ ଅଭିଭାବକଙ୍କ ବଦଳି, ଛାତ୍ରୀଙ୍କ ବିବାହ, ସ୍ବାସ୍ଥ୍ୟଗତ ସମସ୍ୟା ଆଦି ଜରୁରୀ ସ୍ଥିତିରେ ହିଁ ନାମ ସ୍ଥାନାନ୍ତର ପାଇଁ ସୁଯୋଗ ଦିଆଯିବ। ଛାତ୍ରଛାତ୍ରୀ ନାମଲେଖାଇବାକୁ ଥିବା କଲେଜରେ ମଧ୍ୟ ସିଟ୍ ଖାଲି ରହିଥିବା ନିତ୍ୟାନ୍ତ ଆବଶ୍ୟକ। ତେବେ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଫେବୃଆରୀ ୯ ରୁ ୧୬ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ବଦଳି ହୋଇଥିବା କଲେଜରେ ନାମ ଲେଖାଇବେ ବୋଲି ନିର୍ଦ୍ଦେଶାଳୟ କହିଛି।

Leave a comment