ଗୁରୁବାର ରାଶିଫଳ ( ୦୨ – ୦୨ – ୨୦୨୩ )

ମେଷ: କୌଣସି ବଡ଼ଧରଣର କାର୍ଯ୍ୟ ତୁଲାଇବେ। ସାଂସାରିକ ସୁଖସମୃଦ୍ଧି ପ୍ରାପ୍ତି ହେବ। ପ୍ରଶାସନିକ କାର୍ଯ୍ୟରେ ସକ୍ରିୟ ରହିବେ। ବ୍ୟବସାୟକୁ ବୃଦ୍ଧି କରିବା ନିମନ୍ତେ ନୂତନ ରାସ୍ତା ପାଇବେ।
ବୃଷ:ପାରିବାରିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ସମ୍ମାନପ୍ରାପ୍ତି ସହ ପଦୋନ୍ନତିର ଯୋଗ ରହିଛି । ଜନସେବାରେ ବ୍ରତୀ ହେବେ। ନୂତନ ବସ୍ତୁ କିଣି ଉତ୍ସାହିତ ରହିେବ।
ମିଥୁନ: ପରିବାରବର୍ଗଙ୍କ ସହ ଅଧିକ ସମୟ କଟାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ନିନ୍ଦା ପାଇପାରନ୍ତି। ମହିଳାମାନଙ୍କୁ କୌଣସି ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟରେ କ୍ଷତି ହୋଇପାରେ।
କର୍କଟ: ଆଜି ଦିନରେ ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। କିଛି ଅଘଟଣ ଘଟିଯିବାର ଭୟ ଲାଗି ରହିବ। ମାନସିକ ଅଶାନ୍ତିରେ ରହି ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୁରୁଜନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରନ୍ତୁ।
ସିଂହ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ମହିଳାମାନେ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧିପାଇବ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ।
କନ୍ୟା: ପରିବାର ସହ ଥାଇ ମଧ୍ୟ ଏକୁଟିଆପଣ ଅନୁଭବ ହେବ। ସାଙ୍ଗସାଥୀଙ୍କ ସହ କିଛିକ୍ଷଣ ଭଲରେ କଟିବ। ଆର୍ଥିକ ଉନ୍ନତି ପାଇଁ ପ୍ରୟାସ କରିେବ। ଅଜଣାବ୍ୟକ୍ତିଙ୍କ ସହଯୋଗ ପାଇବେ।
ତୁଳା: ସମସ୍ୟାର ସମାଧାନ ପାଇଁ ବାଟ ଖୋଜି ପାଇବେ । ଆର୍ଥିକ ସମସ୍ୟା ଦେଖାଦେଇପାରେ। ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ। ବରିଷ୍ଠ ଅଧିକାରୀଙ୍କ ସହ ମିଳାମିଶା ବଢ଼ିବ।
ବିଛା: ପରିବାର ସହ ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ବ୍ୟୟବହୁଳତା କାରଣରୁ ଅଭାବ ଦେଖାଦେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।
ଧନୁ: ଆୟର ନୂତନ ପଥ ଉନ୍ମୁକ୍ତ ହେବ। ପରିବାର ସଦସ୍ୟଙ୍କୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଏକାଗ୍ରତା ସହ କାର୍ଯ୍ୟ କରି ସଫଳ ହେବେ। କୋର୍ଟ କଚେରୀ ମାମଲାରେ ପଡ଼ିଯାଇ ପାରନ୍ତି।
ମକର: ଯୋଜନା ଅନୁସାରେ କାର୍ଯ୍ୟ କରି ନପାରି ଅବସାଦରେ ରହିବେ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ସୁଧାର ଆସିବ। ନିଜ ବୁଦ୍ଧି ବିବେକର ସହ କାର୍ଯ୍ୟ କରି ସଫଳତା ପାଇବେ।
କୁମ୍ଭ: ବ୍ୟସ୍ତ ବିବ୍ରତ ଭିତରେ ଆଗେଇ ଚାଲିବେ। ହଠାତ୍ ଦୂରଯାତ୍ରା କରିପାରନ୍ତି। ସହକର୍ମୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟରେ ସାଧାରଣ ଫଳ ମିଳିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦେବେ।
ମୀନ: ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ବିଦେଶରୁ ବିବାହ ପ୍ରସ୍ତାବ ଆସିପାରେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇ ଆଗେଇ ଯିବେ। ବ୍ୟବସାୟରେ ଉନ୍ନତି ହୋଇପାରେ। ଆର୍ଥିକ ଅନଟନ ଦୂର ହେବ।