ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିକ୍‌ନିକ୍‌ ହେଲା କାଳ, କରଡା ଘାଟିରେ ୭୦ ଫୁଟ ତଳକୁ ଖସିଲା କାର : ୨ ମୃତ, ୮ ଗୁରୁତର

କନ୍ଧମାଳ: ପିକ୍‌ନିକ୍‌ ହେଲା କାଳ, ଅକାଳରେ ଚାଲିଗଲା ଦୁଇ ଜୀବନ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ଏକ ଜାଇଲୋ କାର ୭୦ ଫୁଟ ତଳକୁ ଖସି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟଙ୍କ ନାମ ଲିୟଦାସ ପରିଛା (୨୨) ଏବଂ ପବନ ଦିଗାଲ (୨୨) ବୋଲି ସୂଚନାରୁ ଜଣାପଡିଛି । ସେମାନେ ଅନ୍ୟ ୭ ସାଙ୍ଗଙ୍କ ସହିତ ମିଶି ସୋରଡ଼ା ଦାନ୍ତଲିଙ୍ଗକୁ ଯାଉଥିଲେ। ଗାଡି ଟି କରଡ଼ା ଘାଟିରେ ଭାରସାମ୍ୟ ହରାଇବାରୁ ପ୍ରାୟ ୭୦ ଫୁଟ ତଳକୁ ଖସିଯାଇଥିଲା । ଘଟଣା ସ୍ଥଳରେ ଦମକକ ବାହିନୀ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ରାଇକିଆ ମେଡିକାଲରେ ଭର୍ତ୍ତି କରିଛନ୍ତି।

Leave A Reply

Your email address will not be published.