ଟ୍ରେନଲାଇନ ପାର ବେଳେ ଅଘଟଣ: ଟ୍ରେନ୍ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ଆଠମଲ୍ଲିକ: ଟ୍ରେନଲାଇନ ପାର ବେଳେ ଘଟିଛି ବଡ଼ ଅଘଟଣ । ହଣ୍ଡପା ଥାନା ଜାମ୍ବନାଳି ନିକଟରେ ଟ୍ରେନ ଲାଇନ ପାର ହେଉଥିବାବେଳେ ୨ ଜଣ ବ୍ୟକ୍ତିଙ୍କୁ ଟ୍ରେନ ଧକ୍କା ଦେଇଛି । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଖବର ପାଇ ବଇଣ୍ଡା ଫାଣ୍ଡି ଅଧିକାରୀ ଘଟଣାସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବ କେଉଁ ସ୍ଥିତିରେ ଓ କାହିଁକି ଏମାନେ ରାସ୍ତା ପାର ହେଉଥିଲେ ସେ ନେଇ ଏନେଇ ଅଧିକ ତଦନ୍ତ ଚଳାଇଛନ୍ତି ବଇଣ୍ଡା ଫାଣ୍ଡି ଅଧିକାରୀ ।

ଖବର ଅନୁଯାୟୀ, ମୃତକ ଦୁଇ ଜଣ ଆଠମଲ୍ଲିକ ବ୍ଲକର ପାଇକସାହି ଅଞ୍ଚଳର ।

Leave a comment