ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏମ୍.ସି.ଏଲ କର୍ମଚାରୀ ବୁଡିଯିବା ଘଟଣା: ନିଖୋଜ ୨ ଜଣଙ୍କ ମୃତ ଦେହ ଉଦ୍ଧାର

ସମ୍ବଲପୁର: ହୀରାକୁଦ ଜିରୋ ପଏଣ୍ଟରେ ଗାଧୋଇବା ବେଳେ ଦୁଇ ଏମ୍.ସି.ଏଲ କର୍ମଚାରୀ ବୁଡିଯିବା ଘଟଣା । ମିଳିଲା ଆଉ ଜଣଙ୍କ ମୃତଦେହ । ଉଦ୍ଧାର ହୋଇଥିବା ମୃତ ଯୁବକ ହେଲେ ମହେଶ ଛିତୋରି । ଆଜି ସକାଳୁ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହୋଇଥିଲେ ଦୁଇଟି ଓଡ୍ରାଫ୍ ଓ ଦୁଇଟି ଦମକଳ ବାହୀନି । ଗତକାଲି ବନ୍ଧୁତ୍ବ ଦିବସରେ ସମ୍ବଲପୁର ଝାଙ୍କରାଣୀ ମନ୍ଦିର ନିକଟ ହୀରାକୁଦର ଜିରୋ ପଏଣ୍ଟରେ ଏମସିଏଲର ୩ କର୍ମଚାରୀ ବୁଡ଼ିଯାଇଥିଲେ । ଜଣେ ପହଁରି ପହଁରି କୂଳକୁ ଚାଲିଆସିଥିବା ବେଳେ, ୨ଜଣ ନିଖୋଜ ଥିଲେ । ଆଜି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନାନୁଯାୟୀ, ବନ୍ଧୁତ୍ୱ ଦିବସରେ ଗତକାଲି ଭୋଜି କରି ଖାଇ ସାରିବା ପରେ ସମସ୍ତେ ଗାଧୋଇବାକୁ ଯାଇଥିଲେ । ବୁର୍ଲା ଝାଙ୍କରାଣୀ ମନ୍ଦିର ନିକଟକୁ ଗାଧୋଇବାକୁ ଯାଇଥିଲେ । ଜଣେ ସାଥି ପାଣିରେ ଭାସିଯିବା ବେଳେ ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର ପାଇଁ ଯାଇଥିଲେ ହେଲେ ଅନ୍ୟ ଦୁଇ ଜଣ ମଧ୍ୟ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଡଙ୍ଗା ଦ୍ୱାରା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ହୋଇଯାଇଥିଲେ । ବହୁତ ଖୋଜା ଖୋଜି ପରେ ଆଜି ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି ।

Leave A Reply

Your email address will not be published.