ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଇପ୍ ଲାଇନ କାମବେଳେ ବିସ୍ଫୋରଣ ଘଟି ୨ ମୃତ, ୩ ଗୁରୁତର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଯାଉଥିବା ଗେଲ୍ ଇଣ୍ଡିଆ ପାଇପ୍ ନିର୍ମାଣ କାର୍ଯ୍ୟ ବେଳେ ବିସ୍ଫୋରଣ ଘଟିଛି । ନିର୍ମାଣ କାମ ବେଳେ କମ୍ପ୍ରେସର ଫାଟି ଯିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ମହାରାଷ୍ଟ୍ରର ବିଜୟ ଗାଙ୍ଗୁଲି ଏବଂ ସୋନୁ ବୋଲି ସୂଚନା ମିଳିଛି । ଅନ୍ୟ ୩ ଜଣ ଶ୍ରମିକ ଗୁରୁତର ଅଛନ୍ତି । ସେମାନେ ହେଲେ ମହାରାଷ୍ଟ୍ର ମୋରିଆର ରାମସିଂ ଉତସିଙ୍ଗ, ଉତ୍ତର ପ୍ରଦେଶର ସୁନୀଲ କୁମାର, ୟୁ ପଟେଲ । ମାଟି ତଳେ ପାଇପ ପୋତାଯିବା କାର୍ଯ୍ୟ ଚାଲୁ ରହିଥିଲା । ଉକ୍ତ କାର୍ଯ୍ୟରେ କମ୍ପେସ୍ରର ମେସିନ ବ୍ୟବହାର କରାଯାଉଥିଲା । କୈାଣସି କାରଣରୁ କମ୍ପ୍ରେସର ବିସ୍ଫୋରଣ ଘଟିଥିଲା । ଫଳରେ ପାଇପ ଭିତରେ କାମ କରୁଥିବା ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ବିଜୟ ଓ ସୋନୁକୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଇଟାମାଟି ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ଏକ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ କରୁଥିବା ସୂଚନା ମିଳିଛି । କିଭଳି ଭାବେ ବିସ୍ଫୋରଣ ଘଟିଲା ଏବଂ ଶ୍ରମିକଙ୍କୁ କିଭଳି ବିନା ସୁରକ୍ଷାରେ କାମ କରାଯାଉଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.