କାଳିଜାଇ କୁଦାରୁ ଭୋଜି କରି ଫେରିବା ବେଳେ ବୁଡିଲା ଡଙ୍ଗା : ୨ ମୃତ, ୧୧ ଉଦ୍ଧାର

କୃଷ୍ଣପ୍ରସାଦ : ଚିଲିକାରେ ପୁଣି ଅଘଟଣ। ଡଙ୍ଗା ବୁଡି ଚାଲିଗଲା ଦୁଇ ଜଣଙ୍କ ଜୀବନ। ଆଜି  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ବ୍ରହ୍ମଗିରି ଥାନା ଅଧୀନରେ ଗମ୍ଭାରୀ ଗାଁ ନିକଟରେ ଥିବା କାଳିଜାଇ କୁଦାକୁ ଭୋଜି କରିବା ପାଇଁ ପୁରୀ ଅଞ୍ଚଳର ୧୩ ଜଣ ଯାଇଥିଲେ। ଭୋଜି କରି ସଂଧ୍ୟାରେ ଫେରିବା ସମୟରେ ବେଳେ ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକ ଓ ମତ୍ସ୍ୟଜିବୀ ୧୦ ଜଣ ଉଦ୍ଧାର କରିଥିବା ବେଳେ ଆଉ ୩ ଜଣ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକ ଖୋଜାଖୋଜି କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଖବର ପାଇ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲା। ରାତି ୮ଟା ବେଳେ ଟୁଆ ଗାଁର ଉଗ୍ରସେନ ଦାସ ନାମକ ବ୍ୟକ୍ତି ଉଦ୍ଧାର ହୋଇଥିଲେ। ଆଉ ଦୁଇ ଜଣ ନିଖୋଜ ଥିବାରୁ  ଅଗ୍ନିଶମ ବାହିନୀ ଖୋଜିବାରେ ଲାଗିଥିଲେ। ଖୋଜାଖୋଜି ପରେ ନିଖୋଜ ଦୁଇଜଣଙ୍କ ମୃତଦେହ ମିଳିଛି।

Leave a comment