ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ରମାଦେବୀ’ ହତାରୁ ଅଲଗା ହେବ +୨ କଲେଜ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ହତାରୁ ଅଲଗା ହେବ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବିଧାନସଭା ଷ୍ଟାଣ୍ଡିଂ କମିଟିର ପରାମର୍ଶ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଥିବା ସ୍ଥାୟୀ କମିଟି ରିପୋର୍ଟରେ ଦର୍ଶାଯାଇଛି। ତେବେ ୟୁନିଟ୍‍ ୯ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ଖାଲି ସ୍ଥାନରେ ଏହି +୨ କଲେଜ ନିର୍ମାଣ କରାଯିବ। ଏ ନେଇ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖୁବଶୀଘ୍ର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଗଣଶିକ୍ଷା ବିଭାଗ ଦର୍ଶାଇଛି। ରାଜ୍ୟର ଚାରୋଟି +୨ କଲେଜକୁ କମ୍ପୋଜିଟ୍‍ କଲେଜରୁ ପୃଥକୀକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପ୍ରଥମେ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାମିଲ୍‍ କରାଯାଇଛି।

Leave A Reply

Your email address will not be published.