ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାଇସ୍କୁଲରେ ନବମରୁ ଦ୍ୱାଦଶ ଯାଏ ପାଠପଢା : ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ୫୭ ହାଇସ୍କୁଲରେ ଆରମ୍ଭ ହେବ +୨ କଳା ପାଠ୍ୟକ୍ରମ

ଭୁବନେଶ୍ୱର : ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ ପାଠ୍ୟକ୍ରମ । ଛାତ୍ରଛାତ୍ରୀମାନେ ନବମରୁ ଦ୍ୱାଦଶ ଯାଏ ଗୋଟିଏ ସ୍କୁଲରେ ପଢ଼ିବେ । ଏଥିପାଇଁ ରାଜ୍ୟର ୫୭ ହାଇସ୍କୁଲକୁ ଅପଗ୍ରେଡ୍‌ କରାଯିବ । ଏନେଇ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ଏହି ୫୭ ହାଇସ୍କୁଲରେ ପିଲାମାନେ ଯୁକ୍ତ ଦୁଇ ପଢ଼ିବେ । କିନ୍ତୁ ବର୍ତ୍ତମାନ କେବଳ କଳା ପାଠ୍ୟକ୍ରମ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ପାଇଁ କୌଣସି ଯୋଜନା ହୋଇନାହିଁ । ପରବର୍ତ୍ତୀ ସମୟରେ ଏନେଇ ବିଚାର କରାଯିବ।

ଜାତୀୟ ଶିକ୍ଷାନୀତି ଅନୁସାରେ ହାଇସ୍କୁଲରେ ଯୁକ୍ତ ଦୁଇ ଶିକ୍ଷାଦାନ ଆରମ୍ଭ ହେବାର ବ୍ୟବସ୍ଥା ଅନୁସାରେ ରାଜ୍ୟରେ ୫୭ ସ୍କୁଲକୁ ଅପଗ୍ରେଡ୍‌ କରିବାକୁ କେନ୍ଦ୍ର ସରକାର ମଞ୍ଜୁର ଦେଇଛନ୍ତି । ଏହି ହିସାବରେ ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ସ୍କୁଲକୁ ଅପଗ୍ରେଡ୍‌ କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ପ୍ରତି ସ୍କୁଲକୁ ୯୧ ଲକ୍ଷ ଟଙ୍କା ଭିତ୍ତିଭୂମିର ବିକାଶ କରିବାକୁ ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ବଲାଙ୍ଗିରର ୬, ଦେବଗଡ଼ର ୪, ଗଞ୍ଜାମର ୮, ଜଗତସିଂହପୁରର ୧, କଳାହାଣ୍ଡିର ୭, କନ୍ଧମାଳର ୨, କେନ୍ଦୁଝରର ୩, ମାଲକାନଗିରିର ୫, ମୟୂରଭଞ୍ଜର ୧, ନବରଙ୍ଗପୁରର ୫, ନୟାଗଡ଼ର ୧, ନୂଆପଡ଼ାର ୪, ସମ୍ବଲପୁରର ୪ ଓ ସୁନ୍ଦରଗଡ଼ର ୬ ହାଇସ୍କୁଲକୁ ଅପଗ୍ରେଡ୍‌ କରାଯିବାକୁ ଚିହ୍ନଟ କରାଯାଇଛି । ଏହି ସବୁ ହାଇସ୍କୁଲରେ ଭିତ୍ତିଭୂମିର ବିକାଶ ହେବ । ଏଠାରେ ନବମ ଦଶମ ସହ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ ।

Leave A Reply

Your email address will not be published.