ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ: ଅଗଷ୍ଟ ୧୭ରେ ମେଧା ତାଲିକା, ୧୯ରୁ ନାମଲେଖା

ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ନାମଲେଖା ପାଇଁ ଆବେଦନ ଆଜି(ବୁଧବାର) ଠାରୁ ଆରମ୍ଭ ହୋଇଛି। ସାମ୍ସ ପୋର୍ଟାଲ ଜରିଆରେ ଆବେଦନ ହେବାକୁ ଥିବାବେଳେ ଅଗଷ୍ଟ ୧୦ ତାରିଖ ଯାଏଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରି ପାରିବେ। ଆବେଦନ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୨ଶହ ଟଙ୍କା ପୈଠ କରିବାକୁ ଥିବାବେଳେ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀ ଶହେ ଟଙ୍କା ଦାଖଲ କରିବେ।

ତେବେ ଆବେଦନ ଶେଷ ପରେ ଅଗଷ୍ଟ ୧୭ ତାରିଖ ଅପରାହ୍ଣ ୩ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୧୯ ରୁ ୨୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବ। ସେହିପରି ଅଗଷ୍ଟ ୨୭ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖାର ସ୍ଲାଇଡ୍‍ ଅପ୍‍ ହେବାକୁ ଥିବାବେଳେ ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ samsodisha.gov.in ମାଧ୍ୟମରେ ପାଇ ପାରିବେ ବୋଲି ନିର୍ଦ୍ଦେଶାଳୟ କହିଛି।

Leave A Reply

Your email address will not be published.