ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବ ବ୍ୟାଙ୍କ ରିପୋର୍ଟ, ପ୍ରତି ପାକିସ୍ତାନୀଙ୍କ ଉପରେ ୨.୬୨ ଲକ୍ଷର କରଜ

ଇସ୍‌ଲାମାବାଦ୍‌ : ଦିନକୁ ଦିନ ପାକିସ୍ତାନରେ ଆର୍ଥିକ ପରିସ୍ଥିତି ଅଧିକ ଜଟିଳ ଆଡକୁ ଗତି କରୁଛି। ଦେଶ ଏବେ କାଙ୍ଗାଳ ହେବାକୁ ଯାଉଛି। ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ତୀବ୍ର ଗତିରେ ହ୍ରାସ ପାଇବାରେ ଲାଗିଛି। ଦେଶରେ ମହଜୁଦ ଥିବା ସୁନା ଭଣ୍ଡାରରେ ଦ୍ରୁତ ହ୍ରାସ ପାଉଛି। ସେଠାରେ ଅଟା କିଲୋ ୧୦୦୦ ଟଙ୍କାରେ ବିକ୍ରି ହେଉଛି। ପରିସ୍ଥିତି ଏପରି ଯେ ଆସନ୍ତା ଦୁଇରେ ପାକିସ୍ତାନକୁ ବାର୍ଷିକ ୨୦ ବିଲିୟନ ଡଲାରରୁ ଅଧିକ ଋଣ ପରିଶୋଧ କରିବାକୁ ପଡିବ। ବିଶ୍ବ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ପ୍ରତି ପାକିସ୍ତାନୀର ମୁଣ୍ଡ ଉପରେ ୨.୬୨ ଲକ୍ଷ ଟଙ୍କାର କରଜ ରହିଛି। ଏବେ ଦେଶ ପାଖରେ ମାତ୍ର ୮୫.୭୫ କୋଟି ଡଲାରର ମୁଦ୍ରା ଭଣ୍ଡାର ବାକି ରହିଛି। ପାକିସ୍ତାନର ମୋଟ ଋଣ ପରିମାଣ ଏବେ ୨୭୦ ବିଲିୟନ୍‌ ଡଲାରରେ ପହଞ୍ଚିଛି।

ଏବେ ପ୍ରଶ୍ନ ଉଠିଛି ଯେ ଯେତେବେଳେ ଦେଶ ଏତେ ଋଣ ଭାରରେ ଷଢ଼ୁଛି ସେତେବେଳେ ନାଗରିକ ଏବଂ ଆଗକୁ ଜନ୍ମ ନେବାକୁ ଥିବା ପିଲାମାନଙ୍କର ଭବିଷ୍ୟତ କ’ଣ ହେବ। ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବୈଦେଶିକ ମୁଦ୍ରା ସଂରକ୍ଷଣ ପାଖାପାଖି ୮୫.୭୫ ନିୟୁତ ଡ଼ଲାର ରହିଥିବାବେଳେ ଦେଶ ଉପରେ ୨୭୦ ବିଲିୟନ ଡ଼ଲାର ଋଣ ଭାର ରହିଛି। ପାକିସ୍ତାନ କରୁଥିବା ଆୟର ୭୫ ପ୍ରତିଶତ ଋଣ ପରିଶୋଧ କରିବାରେ ଖର୍ଚ୍ଚ ହେଉଛି। ଏହି ଅନୁଯାୟୀ, ପାକିସ୍ତାନର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ୨.୬୨ ଲକ୍ଷ ଟଙ୍କାର ଋଣ ଭାର ରହିଛି। ଏକ ପରିସଂଖ୍ୟାନ ଅନୁଯାୟୀ, ପାକିସ୍ତାନ ମାତ୍ର ୩ ମାସ ମଧ୍ୟରେ ୫ବିଲିୟନ ଡଲାର ଋଣ ନେଇଛି। ଆସନ୍ତା ଦୁଇ ବର୍ଷରେ ମଧ୍ୟରେ ଦେଶକୁ ୨୦ ବିଲିୟନ ଡଲାରର ଋଣ ପରିଶୋଧ କରିବାକୁ ପଡିବ। ୨୦୨୪ ସୁଦ୍ଧା ଋଣ ହ୍ରାସ କରିବା ପରିବର୍ତ୍ତେ ପାକିସ୍ତାନ ୨୦ ବିଲିୟନ ଡଲାର ଋଣ କରିବାର ସମ୍ଭାବନା ରହିଛି।

ଏଭଳି ସମୟରେ ଅଛି, ଗତବର୍ଷ କେବଳ ବନ୍ୟା ଯୋଗୁଁ ପାକିସ୍ତାନ ୩୦ ବିଲିୟନ ଡଲାରର କ୍ଷତି ସହିଛି। ୨୦୧୪ଠାରୁ ପାକିସ୍ତାନର ବୈଦେଶିକ ମୁଦ୍ରାଭଣ୍ଡାର ସର୍ବନିମ୍ନ ସ୍ତରରେ ରହିଛି, ଯାହା ମାତ୍ର ୪୩୦ ବିଲିୟନ ଡ଼ଲାରରେ ପହଞ୍ଚିଛି। ଗୋଟିଏ ପଟେ ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ, ଅନ୍ୟପଟେ ପାକିସ୍ତାନର ସ୍ବର୍ଣ୍ଣ ମୁଦ୍ରା ସଂରକ୍ଷଣ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ପାକିସ୍ତାନରେ ଏବେ ୧୦୦ ଗ୍ରାମ ସୁନା ପ୍ରାୟ ୧୫ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଏହାପୂର୍ବରୁ ୨୦୨୦ରେ ଏହା ୪.୦୮୩ ବିଲିୟନ ଡ଼ଲାର ରହିଥିଲା। ଯଦି ପାକିସ୍ତାନକୁ ନାଗରିକ ଏବଂ ଭବିଷ୍ୟତ ପିଢ଼ିକୁ ବଞ୍ଚାଇବାକୁ ପଡିବ, ତେବେ ଏହାର ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ପଡିବ। ଅର୍ଥନୀତିର ମରାମତି ଏବଂ ଋଣ ପରିଶୋଧ କରିବାକୁ ପାକିସ୍ତାନକୁ ବୈଦେଶିକ ମୁଦ୍ରା ସଂରକ୍ଷଣ, ସୁନା ମୁଦ୍ରା ଭଣ୍ଡାର ଭଳି ଅର୍ଥନୈତିକ ସୂଚକାଙ୍କ ଉପରେ କାର୍ଯ୍ୟ କରିବାକୁ ପଡିବ।

Leave A Reply

Your email address will not be published.