ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଇ ଦିନରେ ଅଢ଼େଇ ଲକ୍ଷ ଫାସ୍‌ଟ୍ୟାଗ୍ ବିକ୍ରି

ନୂଆଦିଲ୍ଲୀ: ଚଳିତମାସ ୧୬ରୁ ସମଗ୍ର ଦେଶରେ ଲାଗୁ ହୋଇଛି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା। ଯାହାଫଳରେ ଏଣିକି ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିଲେ ଗାଡିରେ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ରଖବା ବାଧ୍ୟତାମୂଳକ ହୋଇଯାଇଛି। ଦେଶର ଜାତୀୟ ରାଜପଥରେ ୭୨୦ରୁ ଅଧିକ ଟୋଲ୍‌ ପ୍ଲାଜାରେ ଏହି ଫାସଟ୍ୟାଗ୍‌ ବ୍ୟବସ୍ଥା ଜରିଆରେ ଟୋଲ୍‌ ଟିକସ ପୈଠ ବିକଳ୍ପ ଅନିବାର୍ଯ୍ୟ ହୋଇଛି। ଯଦି ଆପଣ ରାସ୍ତାରେ ଟୋଲ୍ ପ୍ଲାଜାକୁ ଅତିକ୍ରମ କରୁଛନ୍ତି ତେବେ ଆପଣଙ୍କ କାର ପାଇଁ ଫାସଟ୍ୟାଗ୍‌ ଆବଶ୍ୟକତା ଅତି  ଜରୁରୀ। ଏହି ନୂଆ ନିୟମ ରବିବାର ମଧ୍ୟରାତ୍ରଠାରୁ ଲାଗୁ କରାଯାଇଛି। ଫାସଟ୍ୟାଗ୍ ନ ଥିବ ଏବଂ ଟୋଲ୍ ପ୍ଲାଜା ଅତିକ୍ରମ କରୁଥିଲେ ଆପଣଙ୍କୁ ଦୁଇ ଗୁଣ ଜୋରିମାନା ଦେବାକୁ ହେବ। ଏ ନେଇ ନିୟମ କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଥିଲା। ତେବେ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାର ଦୁଇ ଦିନରେ ୬୦ ଲକ୍ଷ କାରବାର ହୋଇଛି, ଯେଉଁଥିରେ ଅଢ଼େଇ ଲକ୍ଷରୁ ଅଧିକ ଫାସଟ୍ୟାଗ୍ ବିକ୍ରି ହୋଇଥିବା ଜଣାଯାଇଛି। ଏଥିରେ ୯୫ କୋଟି ଟଙ୍କାର ଟୋଲ୍‌ ଟିକସ ସଂଗୃହୀତ ହୋଇଥିବା ଜଣାଯାଇଛି।

ଏହା ପୂର୍ବରୁ କେନ୍ଦ୍ର ସରକାର ନୂଆବର୍ଷଠାରୁ ଦେଶରେ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ବାଧ୍ୟତାମୂଳକ କରିଥିଲେ। ନୂଆ ନିୟମ ଲାଗୁ କରାଯିବା ପରେ ଫାସଟ୍ୟାଗରେ ଟୋଲ୍‌ ଟିକସ ଦାଖଲ ପାଖାପାଖି ୮୭ ପ୍ରତିଶତରେ ପହଞ୍ଚିଛି। ଏମିତିକି ଦେଶର ୧୦୦ରୁ ଅଧିକ ଟୋଲ୍‌ପ୍ଲାଜାରେ ଫାସଟ୍ୟାଗ୍ ଟୋଲ୍‌ ଟିକସ ଦାଖଲ ପାଖାପାଖି ୯୦ ପ୍ରତିଶତ ଛୁଇଁଥିବା ଜଣାଯାଇଛି। ଯାନବାହନ ଚାଳକଙ୍କ ମଧ୍ୟରେ ଫାସଟ୍ୟାଗ୍ ବ୍ୟବହାର ବୃଦ୍ଧିକରିବା ପାଇଁ ଆଗାମୀ ମାର୍ଚ୍ଚ ପହିଲା ଯାଏ ମାଗଣା ଫାସଟ୍ୟାଗ୍ ଅଭିଯାନ ଚଳାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅଭିଯାନରେ ଦେଶର ୭୭୦ରୁ ଅଧିକ ଟୋଲ୍‌ ପ୍ଲାଜାରେ ମାଗଣାରେ ଫାସଟ୍ୟାଗ୍ ବଣ୍ଟନ କରାଯିବ।

ଏପରିକି ଏଥିପାଇଁ ଚାଳକଙ୍କୁ ୧୦୦ ଟଙ୍କା ମୂଲ୍ୟ ମଧ୍ୟ ମଗାଯିବନାହିଁ। ଦେଶର ଜାତୀୟ ରାଜପଥଗୁଡିକରେ ଯାନବାହନ ଚଳାଚଳ ବାଧାବିହୀନ କରିବା ପାଇଁ କେନ୍ଦ୍ର ସରକାର ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ବାରା ଟୋଲ୍‌ ପ୍ଲାଜାରେ ଡିଜିଟାଲ ମୋଡ୍‌ରେ ପେମେଣ୍ଟ ବଢ଼ିବାରେ ଲାଗିଛି। ଏହା ଟୋଲ୍‌ ପ୍ଲାଜାରେ ଗାଡିଗୁଡିକର ୱେଟିଂ ସମୟ କମ୍‌ କରିବା ସହ ତୈଳ ସାଶ୍ରୟତା କମ୍‌ କରୁଛି ଏବଂ ଗାଡିଗୁଡିକୁ ଏହା ଏକ ସୀମ୍‌ ବିହୀନ ଚଳାଚଳ ସୁବିଧା ଦେଉଛି।

Leave A Reply

Your email address will not be published.