ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଲାର୍ଡଙ୍କ ବିସ୍ଫୋରକ ବ୍ଯାଟିଂ, ୬ ବଲରେ ୬ଟି ଛକା

ଆଣ୍ଟିଗୁଆ: ଆଣ୍ଟିଗୁଆରେ ଓ୍ଵେଷ୍ଟଇଣ୍ଡିଜ ଓ  ଶ୍ରୀଲଙ୍କା ମଧ୍ଯରେ ପ୍ରଥମ ଟି-୨୦ ଆରମ୍ଭ ହୋଇଛି। ପ୍ରଥମ ମ୍ଯାଚରେ ଓ୍ଵେଷ୍ଟଇଣ୍ଡିଜର ୩୩ ବର୍ଷୀୟ ଅଧିନାୟକ କିରଣ ପୋଲାର୍ଡ କ୍ରିକେଟ୍ ଜଗତରେ ରେକର୍ଡ କରିଛନ୍ତି। ଗୋଟିଏ ଓଭରରେ ୬ ଛକା ମାରିବାର ରେକର୍ଡ କରିଛନ୍ତି। ଏହି ମ୍ୟାଚ୍‌ରେ ପୋଲାର୍ଡ ଯେଉଁ ବୋଲରଙ୍କୁ ୬ଟି ଛକା ମାରିଛନ୍ତି, ଉକ୍ତ ବୋଲର ଏହାର ପୂର୍ବ ଓଭରରେ ହ୍ୟାଟ୍ରିକ ୱିକେଟ ନେଇଥିଲେ।

ପୋଲାର୍ଡ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଦ୍ଵିତୀୟ ବ୍ୟାଟସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି। ପୋଲାର୍ଡଙ୍କ ପୂର୍ବରୁ ଯୁବରାଜ ନାମରେ ଏହି ରେକର୍ଡ ଥିଲା । ସେ ୨୦୦୭ ଟି-୨୦ ବିଶ୍ଵ କପରେ ଇଂଲଣ୍ଡ ବିପକ୍ଷରେ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ ଛକା ମାରିଥିଲେ।

ଆଜି ଖେଳାଯାଇଥିବା ପ୍ରଥମ ଟି-୨୦ରେ ଅଧିନାୟକ ପୋଲାର୍ଡ ଅକିଲା ଧନଞ୍ଜୟଙ୍କ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି ଉକ୍ତ ଇନିଂସରେ ଧନଞ୍ଜୟ ହ୍ୟାଟ୍ରିକ ଓ୍ଵିକେଟ୍ ନେଇଥିଲେ। ଇନିଂସର ଷଷ୍ଠ ଓଭରରେ ପୋଲାର୍ଡ ୬ଟି ଛକା ମାରିଛନ୍ତି। ସେ ୧୧ ବଲ୍‌ରୁ ୩୮ ରନ କରି ପାଭିଲିୟନ ଫେରିଥିଲେ।

ପୋଲାର୍ଡ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଗୋଟିଏ ଓଭରରେ ଛଅ ଛକା ମାରିବାରେ ତୃତୀୟ ବ୍ୟାଟସମ୍ୟାନ। ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ ୨୦୦୭ ଦିନିକିଆ ବିଶ୍ଵ କପ୍‌ର ଗୋଟିଏ ଓଭରରେ ୩୬ ରନ କରି ସର୍ବପ୍ରଥମେ ଏହି ଉପଲବ୍ଧି ହାସଲ କରିଥିଲେ।

ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୧ ରନ କରିଥିଲା। ଜବାବରେ ଓ୍ଵେଷ୍ଟଇଣ୍ଡିଜ  ୧୩.୧ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୩୪ ରନ କରି ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି।

Leave A Reply

Your email address will not be published.