ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି: କମିଲା ଖରାଛୁଟି, ଏପ୍ରିଲ ୨୦ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀଙ୍କ କ୍ଲାସ ପ୍ରମୋସନ
ଭୁବନେଶ୍ବର: ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି। କମିବ ଖରାଛୁଟି ସମୟ ସୀମା । ଜୁନ ୬ରୁ ଜୁନ ୧୬ ତାରିଖ ଯାଏ ଖରାଛୁଟି ହେବ। ମେ’ରୁ ଜୁନ ମାସ ୫ ତାରିଖ ଯାଏ ସକାଳ ୬ଟାରୁ ୯ଟା ଯାଏଁ ପାଠପଢା ହେବ। ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ଯନ୍ତ ସକାଳୁଆ ସ୍କୁଲ ଚାଲୁରହିବ । ଏହି ସମୟ ମଧ୍ଯରେ ଯୋଗ୍ଯ ଛାତ୍ରଛାତ୍ରୀଙ୍କୁ ରନ୍ଧା ମଧ୍ଯାହ୍ନଭୋଜନ ଦିଆଯିବ।
ସେହିପରି ଏପ୍ରିଲ ୨୦ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀଙ୍କ କ୍ଲାସ ପ୍ରମୋସନ ହେବ। ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ଯରେ ସରିବ ପ୍ରଥମରୁ ନବମ ଶ୍ରେଣୀ ନାମ ଲେଖା। ନବମରୁ ଦଶମ ଶ୍ରେଣୀକୁ ଉନ୍ନୀତ ପ୍ରକ୍ରିୟା ମେ’ ୧୦ ସୁଦ୍ଧା ସରିବ। ନବମ ଶ୍ରେଣୀ ଛାତ୍ରଛାତ୍ରୀ ସମେଟିଭ ଆସେସମେଣ୍ଟ -୨ ପରୀକ୍ଷା ଦେବେ। କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପାଠପଢାର ଭରଣ ହେବ। ଓପେସାର ପରାମର୍ଶ ଅନୁସାରେ ପ୍ରସ୍ତୁତ ହୋଇଛି LRP।