ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରିଲା ପ୍ରଥମ ପର୍ଯ୍ଯାୟ ପଞ୍ଚାୟତ ଭୋଟ୍: ପ୍ରାରମ୍ଭିକ ସୂଚନା ଅନୁସାରେ ୭୦% ମତଦାନ, ସଂଖ୍ୟା ବଢ଼ିପାରେ- ରାଜ୍ଯ ନିର୍ବାଚନ କମିଶନର

ଭୁବନେଶ୍ୱର: ସରିଲା ପ୍ରଥମ ପର୍ଯ୍ଯାୟ ପଞ୍ଚାୟତ ଭୋଟ୍ । ପ୍ରଥମ ପର୍ୟ୍ୟାୟରେ ମୋଟ ୭୧ଟି ବ୍ଲକର ୧୬୬୯ଟି ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମତଦାନ ହୋଇଥିଲା । ୨୨ ହଜାର ୩୭୯ ବୁଥରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ଜୁନାଗଡ଼ ବ୍ଲକ କୁଣ୍ଡାମେଲା ପଞ୍ଚାୟତ ୧୧ ନମ୍ବର ୱାର୍ଡରେ ବିଶେଷ କାରଣ ପାଇଁ ନିର୍ବାଚନ ହୋଇନାହିଁ ।

ଆଉ କିଛି ସ୍ଥାନରେ ଆଇନ୍ ଶୃଙ୍ଖଳା ପାଇଁ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ୍, ଯାଜପୁର ଜିଲ୍ଲାର ୭ଟି ବୁଥ୍ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ପ୍ରଥମ ପର୍ଯ୍ଯାୟ ଭଳି ଆଗାମୀ ପର୍ଯ୍ଯାୟ ମତଦାନରେ ସମସ୍ତ ଅଧିକାରୀ, ପୁଲିସ ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

Leave A Reply

Your email address will not be published.