ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ, ଲନ ବଲ୍‌ରେ ଭାରତୀୟ ମହିଳା ଦଳକୁ ମିଳିଲା ଗୋଲ୍ଡ ମେଡାଲ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂଆ ଇତିହାସ ରଚିଲା ଭାରତୀୟ ମହିଳା ଲନ ବଲ ଦଳ।ଲନ୍ ବଲ ଇଭେଣ୍ଟର ଫାଇନାଲ ମୁକାବିଲାରେ ଭାରତ, ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛି । ୯୨ ବର୍ଷ ଇତିହାସରେ ଏଭଳି ପ୍ରଥମ ଥର ହୋଇଛି, ଯେ ଏହି ଇଭେଣ୍ଟରେ ଭାରତ ମେଡାଲ ଜିତିଛି । ତାହା ବି ପୁଣି ଗୋଲ୍ଡ ମେଡାଲ । ଏହି ଇଭେଣ୍ଟରେ ଭାରତୀୟ ଟିମରେ ଲଭଲୀ ଚୌବେ, ପିଙ୍କି, ନୟାନମୌନୀ ସାଇକିଆ ଓ ରୂପା ରାଣି ସାମିଲ ଥିଲେ । ଯେଉଁମାନଙ୍କ ଲଗାତାର ଭଲ ପ୍ରଦର୍ଶନ ଯୋଗୁଁ ଭାରତ ଗୋଲ୍ଡ ମେଡାଲ ଜିତିବାରେ ସଫଳ ହୋଇଛି ।


ଅଢେଇ ଘଣ୍ଟା ଧରି ଚାଲିଥିବା ଏହି ଇଭେଣ୍ଟରେ ଅନେକ ରୋମାଞ୍ଚକର ସ୍ଥିତି ପରେ ଶେଷରେ ଭାରତ ଇତିହାସ ରଚିଛି । ଏମାନେ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ଗତ ସେମିଫାଇନାଲ ମ୍ୟାଚରେ ନିଉଜିଲାଣ୍ଡକୁ ହରାଇ ଭାରତ ମେଡାଲ ପକ୍କା କରିଥିଲା । ଆଜିର ମ୍ୟାଚ ପ୍ରାୟ ଅଢ଼େଇ ଘଣ୍ଟା ଚାଲିଥିଲା । ମ୍ୟାଚର ପ୍ରଥମ ଭାଗରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା ହେଲେ ମଧ୍ୟଭାଗରେ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରି ଭାରତ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ହେଲେ ଭାରତୀୟ ମହିଳା ଶେଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ୧୭-୧୦ରେ ମ୍ୟାଚଟିକୁ ଜିତି ଭାରତ ପାଇଁ ସ୍ୱର୍ଣ୍ଣ ଦେଇଛନ୍ତି । ଭାରତର ମୋଟ ମେଡାଲ ସଂଖ୍ୟା ଏବେ ୧୦କୁ ବୃଦ୍ଧି ପାଇଛି ।


ପ୍ରଥମ ରାଛଣ୍ଡ ବା ପ୍ରଥମ ଏଣ୍ଡ ସୁଦ୍ଧା ଭାରତ ୧-୦ରେ ଆଗରେ ଥିଲା। ଦ୍ୱିତୀୟ ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ହୋଇଥିଲା। ତୃତୀୟ ରାଉଣ୍ଡରେ ଭାରତ ୨-୨ରେ ସ୍ଥିତି ଭରାବର କରିଥିଲା। ୪ର୍ଥ ରାଉଣ୍ଡରେ ୩-୨, ୫ମ ରାଉଣ୍ଡରେ ୪-୨, ୬ଷ୍ଠ ରାଉଣ୍ଡରେ ୭-୨ ଓ ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ଭାରତ ୮-୨ରେ ଆଗରେ ଥିଲା। ହେଲେ ଏହି ସମୟରେ ଦକ୍ଷିଣ ଆଫ୍ରିକା କମବ୍ୟାକ କରି ସ୍ଥିତିକୁ ପ୍ରଥମେ ୪-୮, ପରେ ୬-୮ ଓ ୧୦ମ ରାଉଣ୍ଡ ବେଳକୁ ସ୍ଥିତିକୁ ୮-୮ରେ ବରାବର କରି ନେଇଥିଲା।୧୧ତମ ରାଉଣ୍ତରେ ଦକ୍ଷିଣ ଆଫ୍ରିକା ୨ ପଏଣ୍ଟ ହାସଲ କରି ସ୍ଥିତକୁ ୧୦-୮ କରି ଦେଇଥିଲା। ଭାରତ ୧୨ତମ ରାଉଣ୍ଡରେ ସ୍ଥିତି ବରାବର କରିବା ପରେ ଆଉ ଅଟକି ନଥିଲା। ୧୩ତମ ଏଣ୍ଡ ସୁଦ୍ଧା ସ୍ଥିତି ୧୦-୧୨, ୧୪ତମ ରାଉଣ୍ଡରେ ୩ ପଏଣ୍ଟ ହାସଲ କରି ୧୫-୧୦ ଓ ଶେଷ ରାଉଣ୍ଡରେ ୨ ପଏଣ୍ଟ ହାସଲ କରି ସ୍ଥିତି ୧୭-୧୦ କରିବା ସହ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲା।

ଅନ୍ୟପକ୍ଷରେ ଏହି ସ୍ୱର୍ଣ୍ଣକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଥିରେ ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି।ଭାରତକୁ ଭାରତ୍ତୋଳନରେ ୭ଟି ପଦକ ମିଳିଥିବା ବେଳେ ଜୁଡୋରେ ଦୁଇଟି ପଦକ ଓ ଲନ ବଲରେ ଗୋଟିଏ ପଦକ ମିଳିଛି ।

Leave A Reply

Your email address will not be published.