ପ୍ରଥମ ବର୍ଷରେ ପାଦ ଥାପିଲା ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’, ପାଳନ ହେଲା ପ୍ରଥମ ସ୍ବନକ୍ଷତ୍ର ଉତ୍ସବ

ଭୁବେନଶ୍ବର : ପ୍ରଥମ ବର୍ଷରେ ପାଦ ଥାପିଲା ଦୈନିକ ଓଡ଼ିଆ ଖବରକାଗଜ ’ସକାଳ’। ୨୦୨୦ ମସିହା ଡିସେମ୍ବର ମାସ ୧ ତାରିଖରେ ଓଡିଆଙ୍କ ଆରାଧ୍ୟ ଦେବତା ଜଗତରନାଥ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପତିତପାବନଙ୍କ ନିକଟରେ‘ସକାଳ’ର ପ୍ରଥମ ଦିନର ପଥମ ସଂସ୍କରଣର ଖବର କାଗଜ ସର୍ମପଣ କରି ତାର ଚଲାପଥରେ ଆଗେଇ ଚାଲିଥିଲା। କରୋନା କାଳରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ ମଧ୍ୟରେ ଓଡ଼ିଆ ଗଣମାଧ୍ୟମରେ ଏକ ନୂଆ ନାଁଭାବେ ସକାଳ ଆରମ୍ଭ ହୋଇଥିଲା।

ଏହି ସମୟରେ ବହୁ ଘାତ-ପ୍ରତିଘାତ ମଧ୍ୟରେ ଆରମ୍ଭ ହୋଇ ସକାଳ ତାର ଚଲାପଥରେ ଆଗେଇ ଚାଲିଛି। କରୋନା କାଳରେ ବହୁ ସମସ୍ୟା ଆସିଛି କିନ୍ତୁ ସେ ସବୁ ସମସ୍ୟାକୁ ଆଡେଇ ସକାଳ ରାଜ୍ୟବାସୀଙ୍କ ସମସ୍ୟାକୁ ପ୍ରଶାସନ ପାଖରେ ପହଞ୍ଚାଇବାରେ ସଫଳ ହେବା ସହ ଲୋକଙ୍କ ସ୍ବର ପାଲଟିପାରିଛି। ଦୈନିକ ଓଡ଼ିଆ ଖବର କାଗଜ ଭାବେ ସକାଳ ବର୍ତ୍ତମାନ ରାଜ୍ୟର ଗରିବ ଲୋକଙ୍କ ସାଥୀ ପାଲଟି ପାରିଛି। ରାଜ୍ୟରେ କୋଣ ଅନୁକୋଣରେ ଘଟୁଥିବା ପ୍ରତିଟି ଖବରକୁ ପାଠକଙ୍କ ପାଖରେ ପହଞ୍ଚାଇବାରେ ତିଳେ ମାତ୍ର ହେଳାକରିନି ସକାଳ। ଏହାରି ମଧ୍ୟରେ ସକାଳ ତାର ପ୍ରଥମ ବର୍ଷ ପୂରଣ କରିଛି।

ଦୈନିକ ଓଡ଼ିଆ ଖବରକାଗଜ ’ସକାଳ’ର ପ୍ରଥମ  ସ୍ବନକ୍ଷତ୍ର ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି । ଭୁବନେଶ୍ବର ଏ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ସାମ୍ବାଦିକ ପଦ୍ମଭୂଷଣ ଶେଖର ଗୁପ୍ତା, ଓଡ଼ିଶା ଦକ୍ଷତା ବିକାଶ ସଂସ୍ଥାର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଅତିଥି ଭାବେ ଯୋଗଦେଇ ସକାଳର ପ୍ରଥମ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ଆଗକୁ ବଢିବାକୁ ପ୍ରେରଣା ଦେଇଛନ୍ତି। ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମଶର୍ଦାତା ମାନସ ମଙ୍ଗରାଜ ’ସକାଳ’ ସଂପାଦକ ଡ. ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ ଓ କାର୍ଯ୍ୟକାରୀ ସଂପାଦକ ସମରେନ୍ଦୁ ଦାସ,ବିରୋଚିଫ୍‌ ରଞ୍ଜିତ ମହାନ୍ତି, ସକାଳର ସମସ୍ତ ଜଲ୍ଲା ମୁଖ୍ୟ, ସମସ୍ତ ଜିଲ୍ଲା-ବ୍ଲକ ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ ।

ଏ ଅବସରରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ବୈଜ୍ଞାନିକ ଜ୍ଞାନଦେବ ମହାରଣାଙ୍କୁ ଜୀବନବ୍ୟାପୀ ସାଧନାପାଇଁ ‘ଲାଇଫ ଟାଇମ୍‌ ଆଚିଭମେଣ୍ଟ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ’ସକାଳ’ ସ୍ବନକ୍ଷତ୍ର ବିଶେଷାଙ୍କ ’ସୃଷ୍ଟି’ ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ସଚିବ ବିଷ୍ଣୁପଦ ସେଠୀ, ’ନନ୍ଦିଘୋଷ ଟିଭି’ ସଂପାଦକ ଶିଶିର ଭଟ୍ଟମିଶ୍ର, ସିଇଓ ଜବର ସିଂହ ପନଓ୍ବର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave a comment