ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଫଲାଇନ ମାଟ୍ରିକ୍ ପରୀକ୍ଷା: ବାଦ ପଡ଼ିବ ୩୦% ସିଲାବସ୍‌, ୧୫ ଦିନ ମଧ୍ୟରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର : ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଆଜି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଅଫଲାଇନରେ ହେବ ମାଟ୍ରିକ୍ ପରୀକ୍ଷା । ୭୦% ସିଲାବସ୍‌ରୁ ହେବ ମାଟ୍ରିକ ପରୀକ୍ଷା । ବାଦ ପଡ଼ିବ ୩୦ ପ୍ରତିଶତ ସିଲାବସ୍‌ । କୋଭିଡ୍ ନିୟମ ଅନୁସାରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ କହିଛନ୍ତି । ୧୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ମୂଲ୍ୟୟାନରେ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଏହାପରେ ଅଫଲାଇନ ପରୀକ୍ଷା କରାଯିବା ନେଇ ଫର୍ମ ପୂରଣ ସହ ପରୀକ୍ଷା ନେଇ ଘୋଷଣା କରାଯାଇଛି। ଏହାସହ କରୋନା ପାଇଁ ଚଳିତ ବର୍ଷ ରାଜ୍ୟସରକାର ପରୀକ୍ଷା ଫି ଛାଡ କରିଛନ୍ତି।

ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପରୀକ୍ଷା କରାଯିବ।ଜୁଲାଇ ପରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

Leave A Reply

Your email address will not be published.