କରୋନା ଟେଷ୍ଟ ପାଇଁ ନୂଆ ପଦ୍ଧତି ଆବିଷ୍କାର କଲା NEERI, ମାତ୍ର ୬୦ ଟଙ୍କାରେ ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: କରୋନା ଟେଷ୍ଟ ପାଇଁ ଏଣିକି ଆଉ ଲମ୍ବା ଧାଡିରେ ଛିଡା ହେବାକୁ ପଡିବନି। ସହଜ ଓ ଶସ୍ତାରେ ହେବ କରୋନା ପରୀକ୍ଷା । ଆଉ ନାକ କିମ୍ବା ଗଳାରେ ସ୍ବାବ୍ ଷ୍ଟିକ୍ ପୂରାଇବାକୁ ପଡ଼ିବନି । ସାଲାଇନ୍ ଗାର୍ଗିଲିଂ ପଦ୍ଧତିରେ ସନ୍ଦିଗ୍ଧଙ୍କଠାରୁ ଗ୍ରହଣ କରାଯିବ ସ୍ୱାବ୍ । ଏହି ନୂତନ ପଦ୍ଧତିର ଆବିଷ୍କାର କରିଛି ନାଗପୁରସ୍ଥିତ ନ୍ୟାସନାଲ ଏନଭାଇରନମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ( NEERI )।  ଏହି ପଦ୍ଧତିକୁ ମଞ୍ଜୁରୀ ଦେଇଛି ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ।

ଏହି ପଦ୍ଧତିରେ କରୋନା ଟେଷ୍ଟିଂ ଲାଗି କୌଣସି ପ୍ରଶିକ୍ଷକ, ଲ୍ୟାବ୍ ଟେକ୍ନିସିଆନଙ୍କ ଆବଶ୍ୟକତା ପଡ଼ିବନାହିଁ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଟେକନିକ୍ ଯୋଗେ ସନ୍ଦିଗ୍ଧଙ୍କୁ ରିପୋର୍ଟ ଶୀଘ୍ର ମିଳିପାରିବ । ତେବେNEERI ପକ୍ଷରୁ ଆବିଷ୍କୃତ ଏହି ନୂଆ ଟେକନିକ୍ ବିଶ୍ବରେ ପ୍ରଥମ ବୋଲି କୁହାଯାଉଛି । ଶ୍ବାସକ୍ରିୟା ସଂକ୍ରମଣ ମୁକାବିଲା ଲାଗି ଗର୍ଗିଲିଂକୁ ବହୁଳ ଭାବେ ବ୍ୟବହାର କରାଯାଇଥାଏ ।

ଏଥିସହିତ ପଢ଼ନ୍ତୁ

ତେଣୁ କରୋନା ଭୂତାଣୁ ଚିହ୍ନଟ ପାଇଁ ଏହି ଟେକନିକ ବ୍ୟବହାର କରିବାକୁ ଚିନ୍ତା କରିଥିଲୁ ବୋଲି NEERIର ବୈଜ୍ଞାନିକ କ୍ରିଷ୍ଣା ଖେରନାର ସୂଚନା ଦେଇଛନ୍ତି । ଦେଶର ବିଭିନ୍ନ କରୋନା ଟେଷ୍ଟିଂ ସେଣ୍ଟରରେ ଖୁବ୍‌ଶୀଘ୍ର ଗାର୍ଗିଲିଂ ଟେକନିକ୍‌ରେ କରୋନା ସାମ୍ପୁଲ ସଂଗ୍ରହ କରାଯିବ । ଏହି ପଦ୍ଧତିରେ ଟେଷ୍ଟିଂ ପାଇଁ ମାତ୍ର ୬୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

 

Leave a comment