ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୧୯ – ୦୧ – ୨୦୨୨ )

ମେଷ: କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଅତିଥିଙ୍କ ଆଗମନ ହେଇେପାରେ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧିପାଇବ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍‌।

ବୃଷ: ଯେ କୌଣସି ଉପାୟରେ କାର୍ଯ୍ୟ ହାସଲ କରିବେ। ରାଜନୀତିରେ ଉଚ୍ଚ ସମ୍ମାନ ପାଇବେ। ମହିଳାମାନେ ରକ୍ଷଣଶୀଳ ହେବେ। ରାଜନୀତିରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଯଶ ପାଇବେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍‌।

ମିଥୁନ: କର୍ମକ୍ଷେତ୍ର ମନ୍ଥର ରହିବ। ସାଂସାରିକ ଭୁଲ ବୁଝାମଣା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବୀ ବୃଦ୍ଧି ପାଇବେ। ଚାକିରିରେ କାର୍ଯ୍ୟବହୁଳ ରହିବ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର୍‌।

କର୍କଟ: ଦିନଟି ସୁଖ ସନ୍ତୋଷ ଭିତରେ କଟିବ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ରାଜନୀତିରେ ପ୍ରଶଂସା ପାଇବେ। ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ଉତ୍ସହେିତ ରହିବେ। ଶୁଭ ଅଙ୍ଗ-୩ ,ଶୁଭ ରଙ୍ଗ- ହଳଦିଆ।

ଏଥିସହିତ ପଢ଼ନ୍ତୁ

ସିଂହ: ବ୍ୟୟବହୁଳତା କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟରେ ଗ୍ରାହକଙ୍କର ଅପ୍ରିୟ ହେବେ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍‌।

କନ୍ୟା: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ତୁଲାଇ ଆଶ୍ବସ୍ତି ହେବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ କୃତିତ୍ବ ଅର୍ଜନ କରିବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ- ସିଲଭର୍‌।

ତୁଳା:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତି ହୋଇପାରେ। ପ୍ରଶାସନିକ ଧନ ସମ୍ମାନ ପାଇବେ। ପରିବହନ ଓ ବାଣିଜ୍ୟରେ ବେଶ ଭଲ ହେବ। ଶିକ୍ଷାର୍ଥୀ ଆଶାଜନକ ଫଳ ପାଇବେ। ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍‌।

ବିଛା: ଯୋଜନା ସ୍ଥଗିତ ରହିପାରେ । ଚାକିରିରେ ଅବହେଳା ରହିବ। ରାଜନୀତିରେ ଚିନ୍ତାଜନକ ପରିସ୍ଥିତି ରହିବ। ପରିବହନ ଓ ବାଣିଜ୍ୟରେ ମନ୍ଥରତା ରହିବ। ଶିକ୍ଷାର୍ଥୀ ବିଶୃଙ୍ଖଳ ରହିବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ- ଲାଲ୍‌।

ଧନୁ: ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିପାରନ୍ତି । ରାଜନୀତିରେ ଶତ୍ରୁ ବୃଦ୍ଧି ହେବେ। ମହିଳାମାନେ ହତାଦର ହେବେ। ଚାକିରିରେ ଚାପ ରହିବ। ବାଣିଜ୍ୟରେ କ୍ଷତିରେ ପଡ଼ିପାରନ୍ତି। ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ- ବାଇଗଣୀ।

ମକର: ସମାଜରେ ଉତ୍ତମ ଆସନରେ ଅଳଂକୃତ ହୋଇପାରନ୍ତି। ଚାକିରିରେ ସହଯୋଗ ପାଇବେ। ମହିଳାମାନେ ପ୍ରସନ୍ନ ରହିବେ। ବାଣିଜ୍ୟରେ ସନ୍ତୋଷଜନକ ଆୟ ହେବ। ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ। ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ।

କୁମ୍ଭ: କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଆର୍ଥିକ ସ୍ବଚ୍ଛଳତା ରହିବ। ଚାକିରିରେ ଦୃଢ଼ମନା ହୋଇ କାର୍ଯ୍ୟ କରିବେ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

ମୀନ: ହେଉଥିବା କାର୍ଯ୍ୟ ବିଗିଡ଼ିଯାଇପାରେ । ଚାକିରିରେ ଅସହଯୋଗ ରହିବ। ରାଜନୀତିରେ ବିବାଦୀୟ ପରିସ୍ଥିତି ରହିପାରେ । ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶିକ୍ଷାର୍ଥୀ ଅସ୍ଥିରମନା ହେବେ। ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କଫି।

Leave A Reply

Your email address will not be published.