ସୋମବାର ରାଶିଫଳ ( ୧୯-୦୪-୨୦୨୧ )

ମେଷ:ବିଭିନ୍ନ ଉପାୟରେ ଆୟ କରିବେ। ଉଭୟ ପ୍ରେମ ଓ ଦାମ୍ପତ୍ୟ ମଧୁର ସମ୍ପର୍କ ରହିବ। ରାଜନୀତିରେ ସକ୍ରିୟ ରହିବେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ବୃଷ:ଦିନଟି ଚଳଚଞ୍ଚଳ ରହିବେ। ଚାକିରିରେ ସହଯୋଗ ମିଳିବ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମିଥୁନ:ଦିନଚର୍ଯ୍ୟା ସୁଖଦପୂର୍ଣ୍ଣ ରହିବ। ଚାକିରିରେ ପ୍ରଶଂସିତ ହେବେ। ମହିଳାମାନେ ପ୍ରସନ୍ନ ରହିବେ। ରାଜନୀତିରେ ଲୋକସମ୍ପର୍କ ବଢିବ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କର୍କଟ:ଦିନଟି ଖର୍ଚ୍ଚାନ୍ତ ଓ ଅଭାବ ଦେଖାଦେବ। ପଡୋଶୀଙ୍କ ସହ ମନାନ୍ତର ହୋଇପାରେ। ଚାକିରିରେ କାର୍ଯ୍ୟଭାର ରହିବ। ବାଣିଜ୍ୟରେ ମନ୍ଥର ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ସିଂହ:କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ପ୍ରଶାସନିକ ଓ ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

କନ୍ୟା:ଦିନଟି ସୁଖସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ରକ୍ଷଣଶୀଳା ହେବେ। ଚାକିରିରେ ସ୍ବାଧୀନତା ରହିବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ତୁଳା:କର୍ମକ୍ଷେତ୍ରରେ ସହଯୋଗ ମିଳିବ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ମହିଳାମାନେ ଅନୁଶାସନ ଭିତରେ ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ବିଛା:ବିଷମ ପରିସ୍ଥିତି ଦେଇ ଗତି କରିବେ। ଚାକିରିରେ ଅପଦସ୍ତ ହୋଇପାରନ୍ତି। ପ୍ରଶାସନିକ ଶତ୍ରୁବୃଦ୍ଧି ହେବେ। ଶିଳ୍ପ ଓ ବାଣିଜ୍ୟରେ ଅସଫଳ ହୋଇପାରନ୍ତି। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ଧନୁ:ସମାଜରେ ସୁନାମ ପାଇବେ। ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ସଫଳତା ମିଳିବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ମକର:ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସଫଳତା ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କୁମ୍ଭ:ଉଦଯୋଗ କରି ସଫଳ ରହିବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ରାଜନୀତିରେ ଲୋକସମ୍ପର୍କ ବଢିବ। ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମୀନ:କୌଣସି ବଡ଼ ଧରଣର କାର୍ଯ୍ୟ ତୁଲାଇ ଆଶ୍ବସ୍ତ ହେବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

Leave a comment
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications