ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୮-୦୩-୨୦୨୧ )

ମେଷ:କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ। ଚାକିରିରେ ଉତ୍ତେଜନା ରହିପାରେ। ରାଜନୀତିରେ ବ୍ୟସ୍ତ ରହିବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ବୃଷ:ପ୍ରତିଟି କାର୍ଯ୍ୟ ବ୍ୟୟ ବହୁଳତା ଭିତରେ ହେବ। ସାଂସାରିକ ଅସହଯୋଗ ରହିବ। ରାଜନୀତିରେ ପ୍ରତିନ୍ଦ୍ବନ୍ଦ୍ବିତା ରହିବ। ପରିବହନ ଓ ବାଣିଜ୍ୟରେ ସମସ୍ୟା ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ମିଥୁନ:ଦିନଟି ସୁଖସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଆଦର ସମ୍ମାନ ପାଇବେ। ରାଜନୀତିରେ ବଳିଷ୍ଠ ନେତୃତ୍ୱ ନେବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କର୍କଟ:ଦଶମସ୍ଥ ଚନ୍ଦ୍ରଙ୍କ କାରଣରୁ କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖମୟ ରହିବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ପରିବହନ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ଏଥିସହିତ ପଢ଼ନ୍ତୁ

ସିଂହ:ଦିନଟି ଶୃଙ୍ଖଳିତ ଭାବରେ କଟିବ। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

କନ୍ୟା:କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ। ମହିଳାମାନେ ଅପଯଶ ପାଇବେ। ଚାକିରିରେ ଶତ୍ରୁ ବୃଦ୍ଧି ହେବେ। ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ତୁଳା:ଦିନଟି ସୁଖଶାନ୍ତିରେ କଟିବ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ସକ୍ରିୟ ରହିବେ।ମହିଳାମାନେ ପ୍ରଶଂସିତ ହେବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

ବିଛା:ଦେହ ଓ ମନ ପ୍ରଫୁଲ୍ଲ ରହିବ। ଚାକିରିରେ ସ୍ଥାୟିତ୍ବ ରହିବ। ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଧନୁ:ପରିଶ୍ରମର ଫଳ ପାଇବେ। ପଡୋଶୀଙ୍କ ସହଯୋଗ ମିଳିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମକର:ଦିନଟି କର୍ମକ୍ଲାନ୍ତ ବୋଧ କରିବେ। ବୃଥା ଭ୍ରମଣ ଓ ଖର୍ଚ୍ଚାନ୍ତ ଦେଖାଦେବ। ମହିଳାମାନେ ବିରକ୍ତିମନା ହେବେ। ପରିବହନ ଓ ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କୁମ୍ଭ:କର୍ମକ୍ଷେତ୍ରରେ ଦୃଢମନା ରହିବେ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ଚାକିରିରେ ଦାୟିତ୍ଵବୋଧ ରହିବ। ପରିବହନ ଓ ବାଣିଜ୍ୟରେ ମନମୁତାବକ ଫଳ ପ୍ରାପ୍ତି ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ମୀନ:କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ଲୋକପ୍ରିୟ ହେବେ। ବାଣିଜ୍ୟରେ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

Leave A Reply

Your email address will not be published.