ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୧୭ – ୦୯ – ୨୦୨୨ )

ମେଷ:ମାନସିକ ଅବସାଦରୁ ମୁକ୍ତି ପାଇବା ପାଇଁ ଶିଶୁମାନଙ୍କ ସହ ସମୟ କଟାନ୍ତୁ। ଅଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଅନ୍ୟକୁ ପ୍ରଭାବିତ କରିବା ପାଇଁ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ।

ବୃଷ: ଭାବିଥିବା ସବୁ କାର୍ଯ୍ୟ ପୂରଣ ହୋଇପାରେ। ବିଭିନ୍ନ କ୍ଷେତ୍ରରୁ ଲାଭବାନ ହେବେ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। କ୍ୟାରିୟରରେ ଉନ୍ନତି ପାଇଁ ନୂତନ ପଥ ଖୋଜି ପାଇବେ।

ମିଥୁନ: ଆତ୍ମବିଶ୍ବାସର ସହ ସମସ୍ତ କାର୍ଯ୍ୟ କରି ସଫଳତା ପାଇବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷାକରନ୍ତୁ। ଅନେକ ବାଧାବିଘ୍ନ ସତ୍ତ୍ବେ ଆଗକୁ ବଢ଼ିବେ। ପରିବାର ସହ ଅଧିକ ସମୟ କଟାଇବେ।

କର୍କଟ: ଅକସ୍ମାତ୍‌ ଯାତ୍ରା ଯୋଗ ରହିଛି। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ଥିବାରୁ ମାନସିକ ଶାନ୍ତି ହରାଇ ପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ଅଯଥା ଖର୍ଚ୍ଚ କରିବାରୁ ଦୂରେଇ ରୁହନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ସହକର୍ମୀଙ୍କ ସହ ବାଦବିବାଦ ପରିସ୍ଥିତି ଉପୁଜିପାରେ। ବ୍ୟବସାୟ ପାଇଁ କରିଥିବା ନୂତନ ଯୋଜନା ଫଳଦାୟୀ ହେବ।

କନ୍ୟା: ପାରିବାରିକ ସମସ୍ୟାରେ ଫସିରହିବେ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ଆର୍ଥିକସ୍ଥିତି ସ୍ବଚ୍ଛଳ ରହିବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

ତୁଳା: ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯାଇପାରନ୍ତି। ଟଙ୍କା ପଇସା ଦେବା ନେବା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ବିଛା: କଠିନ ପରିଶ୍ରମ କରି ପ୍ରିୟଜନଙ୍କ ଆଶା ପୂରଣ କରିବେ। କୌଣସି ଜରୁରୀ କାର୍ଯ୍ୟ ସଂପନ୍ନ ହେବ। କର୍ମକ୍ଷେତ୍ରରେ ପ୍ରଶଂସା ସାଉଁଟିବେ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିପାରନ୍ତି।

ଧନୁ: ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ବିବ୍ରତ ରହିପାରନ୍ତି। ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ସଫଳତା ପାଇବେ। କର୍ମକ୍ଷେତ୍ର ତଥା ବ୍ୟବସାୟରେ ସ୍ଥିତି ସୁଦୃଢ଼ ରହିବ। ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି।

ମକର: ନିଜ ବ୍ୟବହାରରେ ସୁଧାର ଆଣନ୍ତୁ। କିଛି କାର୍ଯ୍ୟ କରିବା ପୂର୍ବରୁ ଏହାର ପରିଣାମ କଥା ଚିନ୍ତା କରନ୍ତୁ। ଅଧିକ କାର୍ଯ୍ୟ କରି ଅସୁସ୍ଥ ମନେ କରିପାରନ୍ତି।

କୁମ୍ଭ: ନୂତନ ସମ୍ପର୍କ ଗଢ଼ିଉଠିବାର ଯୋଗ ରହିଛି। ସାଙ୍ଗସାଥୀଙ୍କଠାରୁ ସହଯୋଗ ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ମହିଳାମାନେ ନିଜ ଭାବାନା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। ନୂତନ ନିବେଶ କରିବା ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଅସହାୟ ବ୍ୟକ୍ତିଙ୍କୁ ସହଯୋଗ କରି ଶାନ୍ତି ପାଇବେ।

Leave A Reply

Your email address will not be published.