ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୭ – ୧୧ – ୨୦୨୨ )

ମେଷ: ଉଚ୍ଚଆଶା ପୂରଣ ହେବ। ସ୍ବାଧୀନ ରହିବାର ମନୋବୃତ୍ତି ଜୀବନରେ ଅଶାନ୍ତିର କାରଣ ପାଲଟି ଯାଇପାରେ। କୌଣସି କଥାକୁ ନେଇ ମହିଳାମାନେ ଭାବପ୍ରବଣ ହେବେ। ଅକସ୍ମାତ୍‌ ଦୂର ସ୍ଥାନକୁ ଭ୍ରମଣ ପାଇଁ ଯାଇପାରନ୍ତି।

ବୃଷ: ଭାବନାକୁ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଭୁଲ ବୁଝାମଣା ଓ ଉତ୍ତେଜନା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମୀ ହେବେ। ବ୍ୟବସାୟରେ ବାଧାବିଘ୍ନ ଆସିପାରେ । ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଦିନଟିରେ ଚଳଚଞ୍ଚଳ ରହିବେ। ସଞ୍ଚୟ କରିବା ପାଇଁ ଉଚିତ ପରାମର୍ଶ ପାଇପାରନ୍ତି।

କର୍କଟ: ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ବିଭିନ୍ନ କ୍ଷେତ୍ରରୁ ସହଯୋଗ ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ନୂତନ ଯୋଜନା କରି ସଫଳ ହେବେ। ଅସହାୟ ବ୍ୟକ୍ତିଙ୍କୁ ଦାନ କରିବେ। ମହିଳାମାନେ ଅନୁଶାସନ ଭିତରେ ରହିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ।

କନ୍ୟା: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ବ୍ୟବସାୟରେ କ୍ଷତି ହୋଇପାରେ। ଛାତ୍ରଛାତ୍ରୀ ଭ୍ରମରେ ପଡ଼ିବେ। ପରିବାରଠାରୁ ସହଯୋଗ ପାଇବେ।

ତୁଳା: ଆର୍ଥିକ ସ୍ଥିତି ମଜଭୁତ ରହିବ। ଆଧ୍ୟାତ୍ମିକ ମନୋବୃତ୍ତି ରଖି ଅନ୍ୟକୁ ସାହାଯ୍ୟ କରିବେ। ମନ ଅସ୍ଥିର ରହିବ। ବ୍ୟବସାୟ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବିଛା:ସମାଜରେ ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ପଡ଼ୋଶୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ମଧ୍ୟରେ ନେତୃତ୍ବ ବୃଦ୍ଧି ପାଇବ। ଆୟ ଦ୍ବିଗୁଣିତ ହେବ।

ଧନୁ: ଜଟିଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମ୍ଭାଳି ନେବେ । କର୍ମକ୍ଷେତ୍ର ଉତ୍ସାହଜନକ ରହିବ। କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବ୍ୟବସାୟ ସନ୍ତୋଷଜନକ ରହିବ।

ମକର: ବ୍ୟୟ ବହୁଳତା କାରଣରୁ ମନସ୍ତାପ ହୋଇପାରେ। ପଡ଼ୋଶୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ଅବହେଳା କରିପାରନ୍ତି। ବହୁ ଚେଷ୍ଟା ସତ୍ତ୍ବେ ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ ନାହିଁ।

କୁମ୍ଭ: କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟକରି ସଫଳ ହେବ। କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ମହିଳାମାନେ ପରିଶ୍ରମୀ ହେବେ। ନୂତନ ନିବେଶ କରି ଉନ୍ନତି କରିବେ।

ମୀନ : ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ। ସାଙ୍ଗସାଥୀଙ୍କ ସହ ମତଭେଦ ଦେଖାଦେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି।

Leave A Reply

Your email address will not be published.