ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୧୭ – ୦୮ – ୨୦୨୨ )

ମେଷ: ଆଧ୍ୟାତ୍ମିକ ଚିନ୍ତାରଖି ଶାନ୍ତି ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ନିଜକୁ ପ୍ରମାଣିତ କରିବା ପାଇଁ ନୂତନ ସୁଯୋଗ ପାଇବେ। ଦୀର୍ଘଦିନର ଆଶା ପୂରଣ ହେବ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ବୃଷ: କୋର୍ଟକଚେରୀ ମାମଲାରେ ପଡ଼ିଯାଇପାରନ୍ତି। ଆୟ ତୁଳନାରେ ବ୍ୟୟ ବଢ଼ିବ। ପରିବାରଠାରୁ ସାହାଯ୍ୟ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ବିଦ୍ୟାର୍ଥୀଙ୍କୁ ନୂତନ ସଫଳତା ମିଳିପାରେ।

ମିଥୁନ: ବୁଦ୍ଧିମତ୍ତାର ସହ କାର୍ଯ୍ୟ କରି ଅନ୍ୟଙ୍କୁ ପ୍ରଭାବିତ କରାଇବେ। ଦୂରଯାତ୍ରା କରି ଲାଭାନ୍ବିତ ହେବେ। ଗୁରୁଜନଙ୍କ ସହ ମତଭେଦ ଦେଖାଦେଇ ପାରେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ।

କର୍କଟ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯାଇପାରନ୍ତି। ପରିବାର ବର୍ଗଙ୍କ ସହାୟତାରେ ଅଗ୍ରସର ହେବେ। କୌଣସି ସ୍ଥାନରେ ବିବାହ ସ୍ଥିର ହୋଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବାରେ ସଫଳ ହେବେ। ସାଙ୍ଗସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି। ଅର୍ଥ ଅଭାବ ଦୂର ହେବ। କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ମଉକା ପାଇବେ।

କନ୍ୟା: ଶତ୍ରୁମାନଙ୍କ କୂଟ ଚକ୍ରାନ୍ତରେ ଶିକାର ହୋଇପାରନ୍ତି। କର୍ମକ୍ଷେତ୍ରରେ ଧ୍ୟାନର ସହ କାର୍ଯ୍ୟ କରିପାରିବେ ନାହିଁ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ସ୍ଥିରତା ରହିବ।

ତୁଳା: ବିଭିନ୍ନ ପ୍ରକାରର ବିବାଦୀୟ ପରିସ୍ଥିତିରେ ରହିପାରନ୍ତି। ସହକର୍ମୀଙ୍କ ସହ ନିଜ ବିଚାରଧାରାକୁ ଉନ୍ମୁକ୍ତ କରିବାରୁ ଦୂରେଇ ରୁହନ୍ତୁ। ଯୋଜନାଗୁଡ଼ିକୁ ଫଳପ୍ରଦ କରିବା ପାଇଁ ଖୁବ୍‌ ପରିଶ୍ରମୀ ହେବେ।

ବିଛା: ସାଙ୍ଗସାଥୀଙ୍କଠାରୁ ଉଚିତ ପରାମର୍ଶ ପାଇବେ। ଅଜଣା ବ୍ୟକ୍ତି ଉପରେ ଭରସା କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଅସହାୟ ବ୍ୟକ୍ତିଙ୍କୁ ସାହଯ୍ୟକରି ଆତ୍ମସନ୍ତୋଷ ଲାଭ କରିବେ।

ଧନୁ: ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅକସ୍ମାତ୍‌ ସଫଳତା ପାଇପାରନ୍ତି। ନୂତନ ନିବେଶରେ ଲାଭବାନ ହେବେ। ନିଜ ପ୍ରତିଭାର ପ୍ରଦର୍ଶନ କରି ପ୍ରଶଂସା ସାଉଁଟିବେ।

ମକର: କର୍ମକ୍ଷେତ୍ରରେ ପରିସ୍ଥିତିକୁ ନିଜ ଆୟତ୍ତରେ ରହିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ଉପୁଜିପାରେ। ଭାଇଭଉଣୀଙ୍କଠାରୁ ସହଯୋଗ ପାଇବେ। ପାରିବାରିକ କ୍ଷେତ୍ରରେ ନିବିଡ଼ତା ବୃଦ୍ଧି ପାଇବ।

କୁମ୍ଭ: ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ସଫଳତା ପାଇବେ। ପରିବାର ସହ ଧାର୍ମିକ ଯାତ୍ରାରେ ଯାଇପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇପାରନ୍ତି।

ମୀନ: ଆଜି ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଉତ୍ସାହର ସହ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପରେ ତୁଲାଇବେ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

Leave A Reply

Your email address will not be published.