ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୭୩ ଲିଟର ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ

ବାଲୁଗାଁ : ଲକଡାଉନ ଏବଂ ସଟଡାଉନ ସମୟରେ ମଦ କେବଳ ହୋମ ଡେଲିଭରୀ ଥିବା ବେଳେ ଏହାର ସୁଯୋଗ ନେଇ କଛି ଚୋରା ମଦ ବେପାରୀ ବେଧଡକ୍ ମଦ ବିକ୍ରି କରୁଛନ୍ତି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଏହା ଉପରେ କଡାନଜର ରଖି ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ଜାରି କରି ସେଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଶାସନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗର ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକ, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ଏଏସଆଇ ପ୍ରତାପ ପାହାଡ଼ସିଂ ଆଦି ସାମିଲ ହୋଇ ମିଳିତ ଭାବେ ଚଢ଼ାଉ କରି ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରିଛନ୍ତି। ଏହି ସଂପୃକ୍ତ ଦୁଇ ଅଭିଯୁକ୍ତ ଦୁଲ୍ଲଣୀ ଗ୍ରାମର ଅଲଗା ଅଲଗା ସ୍ଥାନରେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୭୩ ଲିଟର ଦେଶୀ ମଦ ଜବତ କରାଯାଇଛି।ବାଣପୁର ପୋଲିସ କେସ ନଂ ୨୪୨/୨୧ ଏବଂ ଅବକାରୀ ବିଭାଗ କେସ ନଂ ୨୯/୨୧ ରେ ଦୁଇଟି ପୃଥକ ପୃଥକ ମାମଲା ୠଜୁକରି ଉଭୟ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛ।

Leave A Reply

Your email address will not be published.