ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୭ ଆନ୍ତେବାସୀ ଝାଡା ରୋଗରେ ଆକ୍ରାନ୍ତ, ମେଡିକାଲରେ ଭର୍ତ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଗୋନାସିକା ଆଶ୍ରମ ସ୍କୁଲର ୧୭ଜଣ ଆନ୍ତେବାସୀ ଝାଡା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋନାସିକା ଆଶ୍ରମ ସ୍କୁଲରେ ୩ ଶହ ଜଣ ପିଲା ହଷ୍ଟେଲରେ ରହୁଛନ୍ତି। ସେମାନଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ। ତେଣୁ ପିଲାମାନେ ପାଇପ ପାଣି ବ୍ୟବହାର କରୁଛନ୍ତି। ଫଳରେ ହଷ୍ଟେଲରେ ରହୁଥିବା ୧୭ ଜଣ ଏହି ଝାଡା ରୋଗରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ସେଠାକାର ଏଏନଏମ ରୀନା ସାହୁ ଏବଂ ମାଟ୍ରନ ରେବତୀ ପାତ୍ର ଜେଡିଏ ଆମ୍ବୁଲାନ୍ସରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଇଛନ୍ତି। ଦୂଷିତ ପାଣି ପାଇଁ ଏଭଳି ହୋଇଥାଇପାରେ ବୋଲି ଡାକ୍ତର କହୁଥିବା ବେଳେ ତୁରନ୍ତ ସେଠାକୁ ଡାକ୍ତରୀ ଟିମ ପଠାଇବାକୁ ଅବିଭାବକ ଦାବି କରିଛନ୍ତି।

Leave A Reply

Your email address will not be published.