ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୀମସାରରେ କାୟା ମେଲାଉଛି କରୋନା, ଆଉ ୧୭ ଡାକ୍ତରୀ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ

ସମ୍ବଲପୁର: ବୁର୍ଲା ଭୀମସାରରେ କାୟା ମେଲାଉଛି କରୋନା । ଆଉ ୧୭ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ସଂଖ୍ୟା ବଢୁଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଗତକାଲି ବୁର୍ଲାରେ କଣ୍ଟେନମେଣ୍ଟ ଜୋନ୍ ଓ ବଫରଜୋନ୍ ଘୋଷଣା କରାଯାଇଥିଲା ।

ଛାତ୍ରାବାସ ଓ ଛାତ୍ରୀ ନିବାସରେ ତାଲା ପଡିଥିବାବେଳେ ବନ୍ଦ ରହିଛି ଯାତାୟତ । ସହରବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ କୋଭିଡ ଗାଇଡଲାଇନ ମାନିବାକୁ ସଚେତନ କରୁଛି ଜିଲ୍ଲା ପ୍ରଶାସନ । ସେପଟେ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଣିକି ଶିକ୍ଷାନୁଷ୍ଠାନରେ କୋଭିଡ କଟକଣା କଡାକଡ଼ି ହେବ । ମାସ୍କ, ସାମାଜିକ ଦୂରତା ଓ ସଚେତନ ଉପରେ ଗୁରୁତ୍ବ ଦିଆଯିବ । ସଂକ୍ରମଣରେ ବ୍ରେକ ଦେବାକୁ ଟେଷ୍ଟିଂ ଜାରି ରହିବା ସହ ସର୍ଭେଲାନ୍ସକୁ ଗୁରୁତ୍ବ ଦିଆଯାଇଛି । ଯେଉଁ ପିଲାମାନଙ୍କ ଲକ୍ଷଣ ରହିଛି ସେମାନେ ସ୍କୁଲ ନଆସିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ତେବେ କଟକଣା ଭିତରେ ଶିକ୍ଷାନୁଷ୍ଠାନ ଖୋଲିବାର ଆବଶ୍ୟକତା ରହିଛି ବୋଲି ଜନସ୍ବାସ୍ଥ୍ୟ ବିଭାଗ କହିଛି ।

Leave A Reply

Your email address will not be published.