ବୁଧବାର ରାଶିଫଳ ( ୧୬ – ୦୩ – ୨୦୨୨ )

ମେଷ: ପରିଶ୍ରମ ମୁତାବକ ଫଳ ମିଳିବ। ରାଜନୀତିରେ ସକ୍ରିୟ ରହିବେ। ଚାକିରିରେସହଯୋଗ ପାଇବେ । ମହିଳାମାନେ ରକ୍ଷଣଶୀଳା ହେବେ । ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।

ବୃଷ: କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ । ରାଜନୀତିରେ ପ୍ରତିଦ୍ବନ୍ଦିତା । ଦେଖାଦେବ । ଚାକିରିରେ ସମସ୍ୟା ରହିବ। ବାଣିଜ୍ୟ ମାନ୍ଦା ରହିବ । ଶିକ୍ଷାର୍ଥୀ ପଢ଼ାପଢ଼ିରେ ହେଳା କରିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ- ନୀଳ ।

ଏଥିସହିତ ପଢ଼ନ୍ତୁ

ମିଥୁନ: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ଭ୍ରାତୃଭଗ୍ନୀଙ୍କର ସହଯୋଗ ମିଳିବ। ରାଜନୀତିରେ ଚଳଚଞ୍ଚଳ ରହିବେ । ଶିଳ୍ପ ଓ ବାଣିଜ୍ୟରେ ଭଲ ଆୟ ହେବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ଗୋଲାପି ।

କର୍କଟ: ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ। ଚାକିରିରେ ଅଭିଯୋଗ ଆସିପାରେ। ରାଜନୀତିରେ ବାଧାବିଘ୍ନ ରହିବ। ବାଣିଜ୍ୟ ନୈରାଶ୍ୟଜନକ ରହିବ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- ଗୋଲ୍ଡେନ୍‌।

ସିଂହ: କର୍ମକ୍ଷେତ୍ରରେ ଉତ୍ସାହିତ ରହିବେ। ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଚାକିରିରେ ପ୍ରଶଂ ସିତ ହେବେ । ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

କନ୍ୟା ଅଥଚିନ୍ତା ଓ କାର୍ଯ୍ୟବାନ ହେବ । ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ । ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ମାନ୍ଦା ସ୍ଥିତି ରହିବ। ଶିକ୍ଷାର୍ଥୀ ଅସଫଳ ହେବେ ଶୁଭ ଅଙ୍କ-୨, ଶୁଭ ରଙ୍ଗ – ସିଲ୍‌ଭର୍

ତୁଳା: ବିଭିନ୍ନ ବାଟରେ ଉପାର୍ଜନ କରିବେ । ଚାକିରିରେ ନିଷ୍ଠା ରହିବ। ରା ଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ପରିବହନ ଓ ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ ଶିକ୍ଷାର୍ଥୀ ଯଶ ପାଇବେ ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ଧଳା।

ବିଛା:କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ ରାଜନୀତିରେ ସୁନାମ ପାଇବେ । ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ । ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ ଶୁଭ ଅଙ୍କ – ୯, ଶୁଭ ରଙ୍ଗ- ଲାଲ୍ ।

ଧନୁ: ଶୃଙ୍ଖଳିତ ଭାବରେ କାର୍ଯ୍ୟ କରି ସୁଫଳ ପାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଚାକିରିରେ ସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟରେ ଶୁଭଫଳ ମିଳିବ । ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

ମକର: କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ। ରାଜନୀତିରେ ଷଡ଼ଯନ୍ତ୍ରରେ ପଡ଼ିବେ । ମହିଳାମାନେ ନିଜକୁ ହେୟ ମନେ କରିବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ- କଳା |

କୁମ୍ଭ: ଦିନଟି ସୁଖ ସନ୍ତୋଷ ଭିତରେ କଟିବ। ରାଜନୀତିରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରିରେ ସ୍ଥାୟିତ୍ଵ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ଦୃଢ଼ମନା ହେବେ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ ।

ମୀନ: କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ରାଜନୀତିରେ ବିରୋଧୀ ପ୍ରଶମିତ ହେବେ । ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଶୁଭ ଅଙ୍କ-୭,ଶୁଭ ରଙ୍ଗ- କଫି ।

Leave a comment